୨୦ ଫୁଟ୍ ପୋଲ ତଳକୁ ଖସିଲା ଟାଭେରା : ମହିଳା ମୃତ, ପୁଅ ବୋହୂ ସମେତ ୭ ଆହତ

ରେଢ଼ାଖୋଲ : ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ପେଟୁପାଲି ଗାଁ ରୁ କଟକ ଯାଉଥିବା ଏକ ଟାଭେରା ଗାଡ଼ି (ଓଆର ୧୩ଇ ୫୫୫୬) ବୀରମହାରାଜପୁର ରାସ୍ତାର ଶଗଡ଼ିଆ ପୋଲ ଠାରେ ଭାରସାମ୍ୟ ପ୍ରାୟ ୨୦ ଫୁଟ୍‌ ତଳକୁ ଖସି ପଡ଼ିଛି। ଦୁର୍ଘଟଣାରେ ପେଟୁପାଲି ଗାଁର ଶୋଭାବତୀ ସାହୁ (୬୦)ଙ୍କ ମୃତ୍ୟୁ ହୋଇଛି। ଶୋଭାବତୀଙ୍କ ପୁଅ ଓ ବୋହୂଙ୍କ ସମେତ ୭ ଜଣ ଗୁରୁତର ଆହତ ହୋଇ ବୁର୍ଲା ମେଡିକାଲରେ ଚକିତ୍ସିତ ହେଉଛନ୍ତି। ମୃତା ଶୋଭାବତୀ କିଡ୍‌ନି ରୋଗରେ ଆକ୍ରାନ୍ତ ଥିଲେ। ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ କଟକ ନେଇ ଯାଉଥିବାବେଳେ ଆଜି ଭୋର୍‌ରେ ଦୁର୍ଘଟଣା ଘଟିଥିଲା।

ଆହତମାନେ ହେଲେ କଳ୍ପନା ସାହୁ (୩୫), କାଳିଆ ସାହୁ (୩୦), ବିଜୟ ସାହୁ (୩୧), ବିଷ୍ଣୁଚରଣ ସାହୁ (୪୦), ସଂଜୀବ ସାହୁ (୪୦), ସୁନୀତା ଭୋଇ, ହରିବନ୍ଧୁ ନାଏକ। ରେଢ଼ାଖୋଲ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରିବା ସହ ବ୍ୟବଚ୍ଛେଦ ପରେ ଶବ ପରିବାରକୁ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର