ଭଦ୍ରକ: ପ୍ରେମିକ ସହ ସ୍ତ୍ରୀ ମିଶି ସ୍ୱାମୀକୁ ମାରିଲେ ଭୁଜାଲି ଚୋଟ। ଅଳ୍ପକେ ବର୍ତ୍ତୀଲେ ସ୍ୱାମୀ । ଏମିତି ଅଭାବନୀୟ ଘଟଣା ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧିନ କମାରଗାଁର ଶମ୍ଭୁନାଥ ଦଳେଇ, ସାବରଙ୍ଗ ଥାନା ଏରଡାର ଲିଜାଙ୍କୁ ବିବାହ କରିଥିଲେ। କିନ୍ତୁ ଲିଜାଙ୍କର ପ୍ରେମିକ ଭଦ୍ରକ ଗ୍ରାମାଞ୍ଚଳ ଥାନା ବଣିଆ ଅଞ୍ଚଳର ରବିଙ୍କ ସହ ପ୍ରେମ ସମ୍ପର୍କ ଥିଲା। ତେବେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସତ୍ତ୍ୱେ ଲିଜା ଶମ୍ଭୁନାଥଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ସନ୍ତାନ୍ ରହିଛନ୍ତି।
ତେବେ ଅଭିଯୋଗ ଅନୁଯାୟୀ ଲିଜା ଓ ତାଙ୍କ ପ୍ରେମିକ ରବି ମିଶି ସ୍ୱାମୀଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ। ଲିଜା ସ୍ୱାମୀ ଶମ୍ଭୁନାଥଙ୍କୁ ସାଙ୍ଗରେ ନେଇ ନିଜ ବାପଘର ଏରଡ଼ାକୁ ଆସିଥିଲେ। ବିଳମ୍ବିତ ରାତିରେ ଲିଜା ହଠାତ ଶମ୍ଭୁନାଥଙ୍କୁ କଟୁରୀରେ ଆକ୍ରମଣ କରିଥିଲେ ଓ ପରେ ଶମ୍ଭୁନାଥ ନିଦରୁ ଉଠିଯିବାରୁ ଲିଜା ଠାରୁ କଟୁରୀ ନେଇ ରବି ଆକ୍ରମଣ କରିଥିଲେ। ଏମିତି କି ଦେହରେ ପ୍ରାୟ ୪୦ ଥର ଆକ୍ରମଣ କରିଥିବା ଶୁଣିବା ପାଇଁ ମିଳିଛି। ଏମିତି ସମୟରେ ସ୍ଥାନୀୟ ଲୋକେ ଶମ୍ଭୁନାଥଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ। ଫେରାର ହୋଇଯାଇଥିବା ପ୍ରେମିକ ଓ ସ୍ତ୍ରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ସାବରଙ୍ଗ ପୁଲିସ। ଏହି ଘଟଣା ଆଜି ଭଦ୍ରକ ଜିଲ୍ଲାରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।