ଅନଗୁଳ: ରବିବାର ସକାଳେ ଅନଗୁଳ ଥାନା ଅନ୍ତର୍ଗତ କୁମଣ୍ଡ ଗ୍ରାମର ତଳସାହିରେ ଜଣେ ଯୁବତୀ ଫାଶୀ ଲଗାଇ ଅତ୍ମହତ୍ୟା କରିଛନ୍ତି।

ମୃତା ଯୁବତୀଜଣକ ହେଉଛନ୍ତି ପିଣ୍ଟୁ ସାହୁଙ୍କ ୨୦ ବର୍ଷୀୟ ପତ୍ନୀ ଯଶସ୍ୱିନୀ।

Advertisment

ସକାଳେ କୌଣସି କାରଣରୁ ଯଶସ୍ୱିନୀ ତାଙ୍କ ୯ ମସର ଝିଅକୁ ମାଡ଼ ମାରୁଥିଲେ। ଏଥିରେ ବିଗିଡ଼ି ଯାଇ ପିଣ୍ଟୁ ତାଙ୍କୁ ବାଧା ଦେବା ସହ ଗାଳିଗୁଲଜ କରି ଝିଅକୁ ଧରି ପଦାକୁ ଚାଲି ଆସିଥିଲେ।

କିଛି ସମୟ ପରେ ପିଣ୍ଟୁ ଘରକୁ ଫେରି କବାଟ ଖୋଲିବାକୁ ଯଶସ୍ୱିନୀଙ୍କୁ ଡାକ ପକାଇଥିଲେ। ସେ କବାଟ ଖୋଲି ନ ଥିଲେ କି, କୌଣସି ଜବାବ ଦେଇ ନ ଥିଲେ। ସନ୍ଦେହ ହେବାରୁ ପିଣ୍ଟୁଙ୍କ ପରିବାର ଲୋକେ ଝିଅଘରକୁ ଖବର ଦେଇଥିଲେ। ସେମାନେ ଓ ଅନଗୁଳ ପୁଲିସ ପହଞ୍ଚି କବାଟ ଭାଙ୍ଗି ଘର ଖୋଲିବା ପରେ ଦେଖିଲେ: ଯଶସ୍ୱିନୀ ଫ୍ୟାନ୍‌ରେ ଲୁଗା ବାନ୍ଧି ଜୀବନ ହାରିଛନ୍ତି।