ପମ୍ପ୍‌ହାଉସ୍‌ରେ ତାଲା ପକାଇଲେ ମହିଳା

ଚିଲିକା: ପାଣିପାଇଁ ଘିଅଖଳା ଗାଁର ମହିଳାମାନେ ପମ୍ପହାଉସରେ ତାଲା ପକାଇ ଦେଇଛନ୍ତି। ସେଠାରେ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ଦେଖାଦେଇଥିବା ବେଳେ ମହିଳାମାନେ ନାନା ନାରାବାଜି କରିଥିଲେ। ପାଣି ସମସ୍ୟାର ସମାଧାନ କରା ନଗଲେ ଆଗକୁ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍‌ ଅଧୀନ ଖଣ୍ଡୁଆଳକୋଟ, ଘିଅଖଲା, ଲମ୍ବୋଧରପୁର ଓ ଶିଖରପଦରରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଥିଲା। ଏଥିପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ବସୁଧା ଯୋଜନାରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ସେଥିରୁ ଏହି ଗାଁଗୁଡ଼ିକୁ ପାନୀୟ ଜଳ ଯୋଗାଣ କରାଯାଉଥିଲା। ମାତ୍ର କେତେକ ପ୍ରଭାବଶାଳୀ ବ୍ୟକ୍ତି ପମ୍ପ ଲଗାଇ ପାଣି ଟାଣି ନେଉଥିବାରୁ ତଳମୁଣ୍ଡକୁ ପାଣି ପହଞ୍ଚି ପାରୁନାହିଁ। ଫଳରେ ସେମାନେ ପାଣି ମୁନ୍ଦିଏ ପାଇଁ ନାନା ଅସୁବିଧା ଭୋଗ କରୁଥିଲେ। ଏହି ବାବଦରେ ବିଡିଓଙ୍କୁ ଗ୍ରାମବାସୀ ଯୋଗାଯୋଗ କରିବାରେ ପରେ ଚିଲିକା ବିଡିଓ ଟ୍ୟାଙ୍କର ଯୋଗେ ଜଳ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନପାରିନାହିଁ। ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଯାଇଛି। ଯାହାର ପ୍ରତିବାଦ ଆଜି ଦେଖିବାକୁ ମିଳିଛି। ଆଜି ଘିଅଖଳାର ମହିଳାମାନେ ଏକଜୁଟ୍ ହୋଇ ପମ୍ପ୍‌ହାଉସ୍‌ରେ ତାଲା ପକାଇବା ସହିତ ନାରାବାଜି କରିଥିଲେ।

ପମ୍ପଚାଳକ ରାଘବ ଜୁଝାରସିଂହ ଏସଂପର୍କରେ ବିଡିଓ ହଳଧର ଶବର ଓ ଜଳଯୋଗାଣ ଅଧିକାରୀ ବାସୁଦେବ ଶତପଥୀଙ୍କୁ ଫୋନର ଅବଗତ କରାଇବା ପରେ ସେମାନେ ତିନି ଦିନ ପର୍ଯ୍ୟନ୍ତ ଟ୍ୟାଙ୍କରରେ ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତିନିଦିନ ପରେ ସେମାନେ ଘଟଣାସ୍ଥଳକୁ ଯାଇ ସରଜମିନ୍ ତଦନ୍ତ କରିବା ପରେ ଯାହା କିଛି ପଦକ୍ଷେପ ନେବେ ବୋଲି କହିଥିଲେ। ପରେ ମହିଳାମାନେ ଆନ୍ଦେଳନରୁ ହଟିଥିଲେ। ତେବେ ଯଦି ଏଥର ପ୍ରତିଶ୍ରୁତି ନ‌‌ରହେ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର