କାମାକ୍ଷାନଗର: ମା’ଙ୍କୁ ପିଟିପିଟି ଦୁଇ ଛୁଆଙ୍କୁ ନେଇଗଲେ ପୂର୍ବ ଶାଶୁଘର ଲୋକେ। ଏ ନେଇ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ରୀନା ସ୍ୱାଇଁ ନାମକ ଜଣେ ମହିଳା କାମାକ୍ଷାନଗର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ଏହା ପୂର୍ବରୁ ସେ ଢେଙ୍କାନାଳ ସଦର ଥାନା ଅଞ୍ଚଳର ବନ୍ଦିପୁର ଛାଟିଆ ଗ୍ରାମର ପ୍ରଭାକର ସ୍ୱାଇଁଙ୍କ ପୁଅ ଆଦିତ୍ୟ ସ୍ୱାଇଁଙ୍କୁ ବିବାହ କରିଥିଲେ। କିନ୍ତୁ ତିନି ବର୍ଷ ତଳେ ଆଦିତ୍ୟଙ୍କ ବିୟୋଗ ହେବାରୁ ରୀନା ସେଠାରୁ ସବୁ ସମ୍ପର୍କ ତୁଟାଇ କାମାକ୍ଷାନଗରର ଅଂଶୁମାନ ତ୍ରିପାଠୀଙ୍କୁ ବିବାହ କରିଥିଲେ। ଆଦିତ୍ୟଙ୍କ ଔରସରୁ ତାଙ୍କର ଦୁଇଟି ଶିଶୁପୁତ୍ର ମଧ୍ୟ ଅଛନ୍ତି। କିନ୍ତୁ ଆଜି ଦ୍ବିପହର ସମୟରେ ତାଙ୍କ ପୂର୍ବ ଶାଶୁଘର ଲୋକମାନେ ଜୋରଜବରଦସ୍ତ ତାଙ୍କୁ ବାଡିଆପିଟା, ଟଣାଓଟରା କରି ତାଙ୍କ ଦୁଇ ନାବାଳକ ଶିଶୁଙ୍କୁ ନେଇ ଯାଇଛନ୍ତି। ଏହାକୁ ନେଇ ରୀନା କାମାକ୍ଷାନଗର ଆଦର୍ଶ ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ତାଙ୍କୁ ତୁରନ୍ତ ତାଙ୍କ ଦୁଇ ପୁଅଙ୍କୁ ଫେରାଇବା ନିମନ୍ତେ ସେ ଥାନା ଅଧିକାରୀଙ୍କୁ ଗୁହାରି ଜଣାଇଛନ୍ତି।
ମା’ଙ୍କୁ ପିଟିପିଟି ଦୁଇ ଛୁଆଙ୍କୁ ନେଇଗଲେ ପୂର୍ବ ଶାଶୁ ଘର ଲୋକେ
/sambad/media/post_attachments/wp-content/uploads/2022/05/b5d1b3e7-8a2d-42a5-b35d-c21f992fe8be.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)