ଶ୍ରୀମନ୍ଦିରରୁ ଲୁଟ୍‌: ମହିଳା ଗିରଫ

ପୁରୀ : ଆଜି ଶ୍ରୀମନ୍ଦିରରେ ଜଣେ ମହିଳାଙ୍କୁ ଲୁଟିବା ଅଭିଯୋଗରେ ସିଂହଦ୍ଵାର ଥାନା ପୁଲିସ ଜଣେ ମହିଳାକୁ ଗିରଫ କରି କୋର୍ଟଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଆଜି କଟକ ନିଆଳିର ମେଣ୍ଢାମରା ଗାଁ ନିବାସୀ ସୁବାସିନୀ ସ୍ୱାଇଁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିରକୁ ଯାଇଥିଲେ। ସେ ବାହାର କାଠ ନିକଟରେ ଛିଡ଼ା ହୋଇ ମହାପ୍ରଭୁଙ୍କ ଦର୍ଶନ କରୁଥିବା ସମୟରେ ଜଣେ ମହିଳା ତାଙ୍କ ମନିପର୍ସରେ ହାତ ପୁରାଇ ଟଙ୍କା ନେଇଯାଉଥିଲା। ଏହି ସମୟରେ ସେ ନିକଟରେ ଥିବା ଅନ୍ୟ ଶ୍ରଦ୍ଧାଳୁମାନଙ୍କ ସହାୟତାରେ ଏହି ମହିଳାକୁ ଧରି ପୁଲିସ ଜିମାରେ ଦେଇଥିଲେ। ପୁଲିସ ଏହି ମହିଳା ନିକଟରୁ ୪ଶହ ଟଙ୍କା ଜବତ କରିବା ସହିତ ଭୁବନେଶ୍ୱରରେ ରହୁଥିବା ଆନ୍ଧ୍ରପ୍ରଦେଶ ନିବାସୀ ଜେ. କୋଡ଼ି(୩୫) ବୋଲି ଜଣାପଡ଼ିଥିଲା। ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ପୁଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର