ସୋର ଷ୍ଟେସନ୍‌ରେ ଟ୍ରେନ୍ ଧକ୍କା ଦେଲା, ଦୁଇହାତ ହରାଇଲେ ମହିଳା

ସୋର,୧୫/୪(ଇମିସ): ଆଜି ଅପରାହ୍ନରେ ସୋର ରେଳ ଷ୍ଟେସନରେ ଜନଶତାବ୍ଦୀ ଟ୍ରେନ୍ ଧକ୍କାରେ ଜଣେ ମହିଳା ଗୁରୁତର ହେବା ସହ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୋର ମାଟିଆପହ୍ଲା ଛକର ପ୍ରେମଚନ୍ଦ୍ର ନାୟକଙ୍କ ପତ୍ନୀ ସୁକାନ୍ତୀ ନାୟକ ଆଜି ଷ୍ଟେସନରେ ବସିଥିବା ବେଳେ ହଠାତ ଅଫ୍‌ଲାଇନରେ ଆସୁଥିବା ଜନଶତାବ୍ଦୀ ଆଗକୁ ଚାଲି ଯାଇଥିଲେ। ଟ୍ରେନରେ ଧକ୍କା ଖାଇ ସୁକାନ୍ତୀ ଛିଟିକି ପଡ଼ିଥିବା ବେଳେ ତାଙ୍କର ଦୁଇ ହାତ ପାପୁଲି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ସହିତ ଗୁରୁତର ଆହତ ହୋଇଛନ୍ତି। ହେଲପିଂ ହ୍ୟାଣ୍ତସ୍‌ର ସ୍ବେଚ୍ଛାସେବୀମାନେ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର