ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ମହିଳା ସମାବେଶ। ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ ସମାବେଶ ଆୟୋଜନ କରାଯାଇଛି। ପ୍ରାୟ ୨୦୦୦ ମହିଳାଙ୍କୁ ନେଇ ସମାବେଶର ଆୟୋଜନ କରାଯାଇଛି। ଏହି ସମାବେଶରେ ମହିଳାଙ୍କ ପାଇଁ ବିଜୁ ପଟନାୟକଙ୍କ ପଦକ୍ଷେପ ଓ ମହିଳାଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ଗୁରୁତ୍ୱାରୋପ କରାଯାଇଛି।
ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର କଣ କଣ ପଦକ୍ଷେପ ନେଇଛନ୍ତି ତାହା ଉପରେ ବିସ୍ତୃତ ଭାବେ ଆଲୋଚନା କାରାଯାଇଛି।
/sambad/media/post_attachments/wp-content/uploads/2021/03/women-in-bjd-office1.jpg)
ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଵିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯିବ। ମିସନ ଶକ୍ତିକୁ ନୂଆ ବିଭାଗ କରିବା, କୋଭିଡ ମୁକାବିଲାରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଓ ୫-ଟିର ପରିକଳ୍ପନା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି। ସମାବେଶରେ ମନ୍ତ୍ରୀ ଟୁକୁନି ସାହୁ, ପ୍ରମିଳା ମଲ୍ଲିକ ଓ ବହୁ ନେତୃବୃନ୍ଦଙ୍କ ସହ ତୃଣମୂଳ ସ୍ତରର କର୍ମକର୍ତ୍ତା ଯୋଗ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/Women-Meeting-at-BJD-Office_Thumbnail.jpg)