ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରକୋଣ୍ଡା ଥାନା ଅନ୍ତର୍ଗତ ଏମଭି-୨୬ ଗ୍ରାମର ଜଣେ ବିବାହିତା ମହିଳା ଲିପିକା ମଣ୍ଡଳ ୟୁନିଟି ସ୍ମାଇଲ ଫାଇନାନସ୍ କମ୍ପାନିରୁ ୪୦ ହଜାର ଟଙ୍କା ଋଣ ନେଇଥିଲେ। ତେବେ ସେ ନିୟମିତ ଋଣ ପରିଶୋଧ କରିଆସୁଥିଲେ। ପ୍ରାୟ ୭ରୁ ୮ଟି କିସ୍ତି ସେ ଦେଇ ସାରିଥିଲେ। ତେବେ କିଛି ଘଟଣା ଘଟିବାରୁ ତାଙ୍କ ସ୍ବାମୀ ଲବି ମଣ୍ଡଳ ଜେଲ ଚାଲିଯାଇଥିଲେ।

Advertisment

ତେବେ ଲିପିକା ଏହି ସମୟରେ ସେ ଋଣର କିସ୍ତି ବାନ୍ଧିପାରିନଥିଲେ। ଆଉ ଦୁଇରୁ ତିନୋଟି କିସ୍ତି ଟଂକା ରହିଥିବା ମହିଳା ଜଣକ କହିଛନ୍ତି। ୩୦ ତାରିଖ ରାତି ପ୍ରାୟ ୮ଟା ବେଳକୁ ଫାଇନାନସ୍ କମ୍ପାନିର ବିଏମ ଶଶିକାନ୍ତ ପ୍ରଧାନ ଓ ଆଉ ଜଣେ କର୍ମଚାରୀ ଦେବାଶିଷ ଦେବନାଥ ଲିପିକାଙ୍କ ସ୍ବାମୀର ଅନୁପସ୍ଥିତିରେ ଘରେ ଯାଇଥିଲେ। ଲିପିକାଙ୍କୁ ଟଂକା ମାଗିଥିଲେ। ଲିପିକା ଆଉ କିଛି ଦିନ ପରେ ଟଂକା ଦେଇଦେବେ ବୋଲି କହିଥିଲେ।

ତେବେ ବିଏମ ଶ୍ରୀ ପ୍ରଧାନ ଲିପିକାକୁ ବଳପୂର୍ବକ ଋଣ ଟଂକା ଆଉ ଦେବାକୁ ପଡ଼ିବ ନାହିଁ କହି ଅସଦାଚରଣ କରିଥିଲେ। ଲିପିକା ପାଟି କରିବାରୁ ତାଂକ ଶଶ୍ବରୁ ଆସିଥିଲେ।ଶଶ୍ବରଙ୍କ ସହ ବିଏମ ଶ୍ରୀ ପ୍ରଧାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲେ। ପରେ ଗାଁ ଲୋକେ ଆସିବାରୁ ସମସ୍ତେ ଚାଲିଯାଇଥିବା କୋରକୋଣ୍ଡା ଥାନାରେ ଏତଲାରେ ଲିପିକା ଲିଖିତ ଭାବେ ଦର୍ଶାଇଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି। ଏନେଇ ବିଏମ ଶ୍ରୀ ପ୍ରଧାନଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଗଣମାଧ୍ୟମ ଆଗରେ କିଛି କହିନଥିଲେ। ପୁଲିସର ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି କୁହାଯାଇଛି।