ଇନ୍ଦ୍ରାବତୀ ନଦୀରେ ମହିଳା ନିଖୋଜ!

ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ଗୋପୀନାଥପୁର ପଞ୍ଚାୟତ ଅଧୀନ ସିକାତୁଜି ଗ୍ରାମର ଜଣେ ମହିଳା ଇନ୍ଦ୍ରାବତୀ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଛନ୍ତି। ବୁଧବାର ଦିନ ୧୧ଟାରେ ସିକାତୁଜି ଗ୍ରାମର ଟାକୁଲୁ ନାଏକଙ୍କ ସ୍ତ୍ରୀ ଶଶି ନାଏକ (୫୦) ଇନ୍ଦ୍ରାବତୀ ଜଳଭଣ୍ଡାରର ସିକାତୁଜି ଘାଟକୁ ଗାଧୋଇବା ପାଇଁ ଯାଇଥିଲେ। ଅନେକ ସମୟ ବିତିବା ପରେବି ସେ ଘରକୁ ନଫେରିବାରୁ, ଜଳଭଣ୍ଡାରରେ ନିଖୋଜ ହୋଇଥିବା ସନ୍ଦେହ କରାଯାଉଛି। ଏନେଇ ଥୁଆମୂଳ ରାମପୁର ପୁଲିସକୁ ସୂଚନା ଦିଆଯାଇଛି। ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ଦେଲେ ପୁଲିସ୍‌ ତଦନ୍ତ କରିବ ବୋଲି ଥୁଆମୂଳ ରାମପୁର ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର