କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଧୁବଲାବେଡ଼ା ନିକଟ ଏକ ଶୁଖିଲା ନାଳରେ ଆଜି ସନ୍ଧ୍ୟା ୬ଟାରେ କ୍ଷତବିକ୍ଷତ ମହିଳାଙ୍କ ଶବ ଉଦ୍ଧାର ହୋଇଛି। ମୃତ ମହିଳାଙ୍କର ପରିଚୟ ମିଳିପାରି ନାହିଁ।

Advertisment

ସୂଚନା ଅନୁସାରେ ଧୁବଲାବେଡ଼ା ନିକଟ ଏକ ଶୁଖିଲା ନାଳରେ ଗ୍ରାମର କିଛି ଲୋକ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଠାବ କରିଥିଲେ। ସେମାନେ ଏବାବଦରେ ଗାଁଲୋକଙ୍କୁ ସୂଚନା ଦେଇଥିଲେ। ପରେ ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ଘଟଣାସ୍ଥଳରେ କୋଇଡା ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାର ସମେତ ଟିମ୍ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି। ପୋଷ୍ଟମର୍ଟମ ପାଇଁ ପଠାଇ ପୁଲିସ ଟିମ୍‌ ଘଟଣାର ତଦନ୍ତ ଚଳାଇଛନ୍ତି। ହେଲେ ମୃତ ମହିଳାଙ୍କର ପରିଚୟ ଏବେବି ଅସ୍ପଷ୍ଟ ରହିଛି।