ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲା ପୁଲିସ ଦ୍ୱାରା ଆଜି ଜଣେ କୁଖ୍ୟାତ ମହିଳା ନକ୍ସଲକୁ ଗିରଫ କରାଯାଇଛିି। ପୁଲିସ ଏବଂ ସିଆରପିଏଫ ଯବାନ ମୁର୍ଦାପାଲ ଜଂଗଲରେ ସର୍ଚ୍ଚ ଅପରେସନ କରିବା ବେଳେ ନକ୍ସଲ ସନ୍ଥିଲା ଓରଫ ଅସମତି ଓରଫ ଦୟାବତୀ(୨୮) ଧରା ପଡିଥିଲା। ଏହି ମହିଳା ନକ୍ସଲ ରାଜଘାଟ ଏରିଆ କମିଟିର କମାଣ୍ଡର ରୂପେ କାମ କରୁଥିଲା। ସରକାର ଦୟାବତୀ ନାମରେ ୫ ଲକ୍ଷ ଟଂକା ପୁରସ୍କାର ରାଶି ଘୋଷଣା କରିଥିଲେ। ବିଭିନ୍ନ ଥାନାରେ ଦୟାବତୀ ନାମରେ ବହୁ କେଶ ରହିଛି। ସେ ମାଓ ସଂଗଠନରେ ଜଡିତ ହେବା ପରେ ହତ୍ୟା,ଲୁଟ,ବୋମା ବିସ୍ଫୋରଣ,ମାରପିଟ କରିବା, ନିଆଁ ଲଗାଇବା, ରାସ୍ତା ଖୋଳିବା ଭଳି ବହୁ ଘଟଣାରେ ସାମିଲ ଥିବା ପୋଲିସ କହିଛି।ପୋଲିସ କହିବା ଅନୁଯାୟୀ ଏହି ମହିଳା ନକ୍ସଲଙ୍କ ସ୍ୱାମୀ ମଧ୍ୟ ନକ୍ସଲ ସଂଗଠନରେ ରହିଛି।
ମହିଳା ନକ୍ସଲ ଗିରଫ
/sambad/media/post_attachments/wp-content/uploads/2017/09/Mkg-naxal-dayabati.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)