ଫୁଲବାଣୀ: କନ୍ଧମାଳରେ ଲାଲ୍ବାହିନୀ ନିଜ ଉପସ୍ଥିତି ଜାହିର୍ କରିବାକୁ ଉଦ୍ୟମ ଚଳାଇଛି। ସୀମାନ୍ତ ଘଞ୍ଚ ଜଙ୍ଗଲରେ କ୍ୟାମ୍ପ୍ କରି ବଡ଼ ଧରଣର ଅଟଘଣ ଘଟାଇବାକୁ ମାଓବାଦୀ ଯୋଜନା ଚଳାଇଛନ୍ତି। ଆଜି ଅପରାହ୍ଣରେ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରୁ ୧୩୫ କିଲୋମିଟର ଦୂର ଓରାବାଲି ଜଙ୍ଗଲରେ ପୁଲିସ ଓ ଲାଲ୍ବାହିନୀ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଛି। ମାଓ ପଲଟଣ ଛତ୍ରଭଙ୍ଗ ଦେଇଥିଲେ ମଧ୍ୟ ପୁଲିସ ଗୁଳିରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗୋଛାପଡ଼ା ଥାନା ବାଲନ୍ଦାପଡ଼ା ଠାରୁ ୪୫ କିଲୋମିଟର ଦୂର ଓରାବାଲି ଜଙ୍ଗଲରେ ଲାଲ୍ବାହିନୀ କ୍ୟାମ୍ପ୍ କରି ହିଂସା ଘଟାଇବା ଯୋଜନା ଚଳାଇଥିଲେ। ଗୁଇନ୍ଦା ସୂଚନା ପାଇ ପୁଲିସ ବାହିନୀ ସେହି ଜଙ୍ଗଲରେ କମ୍ବିଂ ଅପରେସନ୍ ଜୋର୍ଦାର କରିଥିଲା। ଅପରେସନ୍ ସମୟରେ ମାଓବାଦୀଙ୍କ ପକ୍ଷରୁ ପୁଲିସ ଉପରକୁ ପ୍ରଥମେ ଗୁଳିମାଡ଼ ହୋଇଥିଲା। ପାଲଟା ଜବାବ୍ ଦେବାକୁ ଯାଇ ପୁଲିସ ଆଡ଼ୁ ଆଖିବୁଜା ଗୁଳିମାଡ଼ ହୋଇଥିଲା। ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଜାଗା ଛାଡ଼ି ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ। ସର୍ଚ୍ଚ ଅପରେସନ୍ ସମୟରେ ଜଣେ ମହିଳା ମାଓବାଦୀ ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ମହିଳା ମାଓବାଦୀଙ୍କ ମୃତଦେହକୁ ଜିଲ୍ଲା ସଦର ମହକୁମାକୁ ଅଣାଯିବା ବ୍ୟବସ୍ଥା କରାଯାଉଛି। ଘଟଣା ପରେ ପୁଲିସ କମ୍ବିଂ ଅପରେସନ୍କୁ ଜୋର୍ଦାର କରିଛି।
ଗତ ଜୁଲାଇ ମାସରେ ଦୁଇ ଥର ଗୁଳି ବିନିୟମରେ ୭ ଜଣ ମାଓବାଦୀ ପୁଲିସ ଗୁଳିରେ ପ୍ରାଣ ହରାଇଥିଲେ। ଏହାପରେ ସେପ୍ଟେମ୍ବରରେ କନ୍ଧମାଳ ଓ କଳାହାଣ୍ଡି ସୀମାବର୍ତ୍ତୀ ଜଙ୍ଗଲରେ ପୁଲିସ ଗୁଳିରେ ୫ ଜଣ ମାଓବାଦୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଆଜି ଜଣେ ମହିଳା ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଏହା ମଧ୍ୟରେ ସମୁଦାୟ ୧୩ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ପୁଲିସ ଗୁଳିରେ ୧୨ ମାଓବାଦୀଙ୍କ ମୃତ୍ୟୁ ପର ଠାରୁ ରକ୍ତମୁଖା ହୋଇ ଲାଲ୍ବାହିନୀ ଜଙ୍ଗଲରେ ବୁଲୁ ଥିବା ବେଳେ ବଡ଼ ଧରଣର ହିଂସା ଘଟାଇବାକୁ ସୁଯୋଗ ଖୋଜି ବୁଲୁଛନ୍ତି। ସେମାନଙ୍କ ଗତିବିଧି ଉପରେ ପୁଲିସ କଡ଼ା ନଜର ରଖି କମ୍ବିଂ ଅପରେସନ୍ ଚଳାଇଛି। ମଝିରେ ପୁଲିସ ମଧ୍ୟ ଜଙ୍ଗଲରେ ମାଓ କ୍ୟାମ୍ପ୍ ଠାବ କରି ବିପୁଳ ମାତ୍ରାରେ ମାରଣାସ୍ତ୍ର, ମାଓ ସାମଗ୍ରୀ ଜବତ କରିଛି।
ଆଜି ମହିଳା ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଏହା ମଧ୍ୟରେ ସମୁଦାୟ ୧୩ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ତାପରଠୁ ରକ୍ତମୁଖା ହୋଇ ଲାଲବାହିନୀ ଜଙ୍ଗଲରେ ବୁଲୁ ଥିବା ବେଳେ ବଡଧରଣର ହିଂସା ଘଟାଇବାକୁ ସୁଯୋଗ ଖୋଜି ବୁଲୁଛନ୍ତି। ସେମାନଙ୍କ ଗତିବିଧି ଉପରେ ପୁଲିସ କଡା ନଜର ରଖି କୁମ୍ବି ଅପରେସନ ଚଳାଇଛି। ମଝିରେ ପୁଲିସ ମଧ୍ୟ କେତେକ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ କରି ବିପୁଳ ପରିମାଣର ଜିନିଷ ଓ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/moist-attack-11_Thumb.jpg)