ଏନକାଉଣ୍ଟରରେ ମହିଳା ନକ୍ସଲ ମୃତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ଆଉ ଏକ ସଫଳତା। ଆଜି ପୁଲିସ ଏନକାଉଣ୍ଟରରେ ଜଣେ ମହିଳା ନକ୍ସଲଙ୍କ ମୃତ୍ୟୁ ଘଟିଛି । ଏସପି ଅଭିଷେକ ମୀନାଙ୍କ କହିବା ଅନୁଯାୟୀ ଗୋଲାପାଲ୍ଲୀ ଥାନା ଅନ୍ତର୍ଗତ ସୋମାଗୁଡମ ଜଂଗଲରେ ଡିଆରଜି ଯବାନ ଏବଂ ଜିଲ୍ଲା ପୁଲିସ କମ୍ବିଂ କରୁଥିବା ବେଳେ ନକ୍ସଲଙ୍କ ସହ ଗୁଳିବିନିମୟ ଘଟିଥିଲା। ଆଜି ଅପରାହ୍ନରେ ପୁଲିସ ସହ ନକ୍ସଲ ମୁହାଁମୁହିଁ ହୋଇଥିଲେ। ଦୀର୍ଘ ସମୟ ଧରି ଉଭୟ ପଟୁ ଗୁଳି ବିନିମୟ ହେବା ପରେ ନକ୍ସଲ ପଛଘୁଞ୍ଚା ଦେଇଥିଲେ। ଏହାପରେ ଯବାନ ଘଟଣାସ୍ଥଳର ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ମହିଳା ନକ୍ସଲଙ୍କ ମୃତ ଦେହକୁ ଠାବ କରିଥିଲେ। ମୃତା ମହିଳା ନକ୍ସଲଙ୍କ ନାମ ହୁଙ୍ଗି ଏବଂ ସେ ଗତ ୭ ବର୍ଷ ଧରି ନକ୍ସଲ ସଂଗଠନରେ ଜଡିତ ଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର