ଏନକାଉଣ୍ଟରରେ ମହିଳା ନକ୍ସଲ ମୃତ୍ୟୁ ନେଇ ସ୍ବୀକାର କଲା ମାଓ ସଂଗଠନ

ମାଲକାନଗିରି: ସୀମାନ୍ତ ଛତିଶଗଡର କାଂକେର ଏବଂ ନାରାୟଣପୁର ଜିଲ୍ଲାର ସୀମାନ୍ତ ଅଂଚଳରେ ପୁଲିସ ନକ୍ସଲ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହୋଇଥିବା ନେଇ ଆଜି ନକ୍ସଲ ସଂଗଠନ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସ୍ପଷ୍ଟୀକରଣ ଦେଇଛି। ଗତ ୧୫ ତାରିଖ ଦିନ କାଂକେର ଏବଂ ନାରାୟଣପୁର ଜିଲ୍ଲା ସୀମାନ୍ତରେ ହୋଇଥିବା ଗୁଳିବିନିମୟରେ ନକ୍ସଲ ସଂଗଠନର ଆଗଧାଡିର ମାଓନେତ୍ରୀ ଛୋଟି ମଣ୍ଡାବୀ ଓରଫ ଉଙ୍ଗି ଗୁରୁତର ଭାବେ ଆହତ ହୋଇଥିଲେ। ଆହତ ଉଙ୍ଗିଙ୍କ ଚିକିତ୍ସା ଚାଲିଥିଲା।

ତେବେ ଉଙ୍ଗି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନକ୍ସଲ ସଂଗଠନର ଉତ୍ତର ବସ୍ତର ଡିଭିଜନର ପ୍ରବକ୍ତା ସୁଖଦେବ କାମଡେ ପକ୍ଷରୁ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି। ଏହି ଗୁଳିବିନିମୟରେ ପୁଲିସ ବହୁ ମାତ୍ରାରେ ମାଓ ସାମଗ୍ରୀ ଜବତ କରିଥିଲା। ତେବେ ଘଟଣାସ୍ଥଳର ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ପୁଲିସ ବହୁ ନକ୍ସଲଙ୍କୁ ଗୁଳି ବାଜଥିବା ଜାଣିବାକୁ ପାଇଥିଲା।

ସୂଚନାଯୋଗ୍ୟ ଯେ ଉଙ୍ଗି ମାଓ ନେତା ସୁନୀଲକୁ ବିବାହ କରିଥିଲା। ଗତ ବର୍ଷା ଋତୁରେ ମେଣ୍ଡକି ନଦୀରେ ସୁନିଲ ନଦୀ ପାର କରୁଥିବା ବେଳେ ଭାସିଯାଇ ମୃତ୍ୟୁବରଣ କରିଥିଲା। ଗତ ଜାନୁଆରିରେ ଦୁହେଁ ବିବାହ କରିଥିଲେ। ଉଙ୍ଗି ୨୦୧୫ ମସିହାରେ ମାଓ ସଂଗଠନରେ ଯୋଗ ଦେଇଥିଲା। ସେ ୨୦୧୯ରେ କୋସଗଡା ଡିଭିଜନରେ ବଦଳି ହୋଇ ଆସିଥିଲା।ସମସ୍ତ କାମକୁ ଅତି ଜରୁରୀ ଭାବେ କରୁଥିଲା। ଲୋକଙ୍କ ସହ ଅତି ପ୍ରେମରେ କଥାବାର୍ତ୍ତା ହେଉଥିଲା।ତେଣୁ ଲୋକେ ତାକୁ ଭଲ ପାଉଥିଲେ।

ସମ୍ବନ୍ଧିତ ଖବର