ଏନକାଉଣ୍ଟରରେ ମହିଳା ନକ୍ସଲ ମୃତ

ମାଲକାନଗିରି : ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ଏନକାଉଣ୍ଟରରେ ଜଣେ ମହିଳା ନକ୍ସଲ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ପାମେଡ ଥାନା ଅନ୍ତର୍ଗତ ଜରମପଲ୍ଲୀ ଜଙ୍ଗଲରେ ଏସଟିଏଫ ଏବଂ ଜିଲ୍ଲା ପୁଲିସ ମିଳିତ କୁମ୍ବିଂ କରୁଥିବା ବେଳେ ନକ୍ସଲ ସହ ସାମ୍ନାସାମ୍ନି ହୋଇଥିଲେ। ନକ୍ସଲ ପୁଲିସକୁ ଦେଖି ଗୁଳି ଚଳାଇବା ପରେ ପୁଲିସ ମଧ୍ୟ ପାଲଟା ଗୁଳି ଚଳାଇଥିଲା। ନକ୍ସଲ ଛତ୍ରଭଙ୍ଗ ଦେବା ପରେ ପୁଲିସ ସର୍ଚ୍ଚ ଅପରେସନ ବେଳେ ଜଣେ ମହିଳା ମାଓବାଦୀର ମୃତ ଦେହ ଉଦ୍ଧାର କରାଯାଇଥିଲା। ଏଥିସହ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ମୃତ ମହିଳା ମାଓବାଦୀ ପାମେଡ ଏରିଆ କମିଟି ସଦସ୍ୟା କୋସି ସୋଡି। ନକ୍ସଲ ନେତା ପାପା ରାଓଙ୍କ ବିଶେଷ ସହଯୋଗୀ ଥିଲା। ତେବେ ପାପା ରାଓ ମଧ୍ୟ ଏହି ଗୋଷ୍ଠୀରେ ଥିବା ବେଳେ ଖସିଯାଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର