ଦୁର୍ଦାନ୍ତ ମାଓନେତ୍ରୀ ସୁଜାତା ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଲିସକୁ ମିଳିଛି ବଡ଼ ସଫଳତା। ମୋଷ୍ଟ ୱାଣ୍ଟେଡ ମାଓନେତା ଆଜାଦର ପତ୍ନୀ ତଥା ଡିସିଏମ୍‌ ଏବଂ ତେଲେଙ୍ଗାନା ଷ୍ଟେଟ କମିଟି ସଦସ୍ୟା ସୁଜାତା ଓରଫ ନାଗାରାମା ଗିରଫ ହୋଇଛି। ସୁଜାତା ଛତିଶଗଡ଼, ଓଡ଼ିଶା, ତେଲେଙ୍ଗାନା ଏବଂ ମହାରାଷ୍ଟ୍ରର ବିଭିନ୍ନ ଅଂଚଳରେ ସଂଗଠନ ପାଇଁ କାମ କରିଥିବାବେଳେ ସୁଜାତା ନାମରେ ୮ଲକ୍ଷ ଟଙ୍କ‌ାର ପୁରସ୍କାର ରାଶି ଘୋଷଣା କରିଥିଲେ ସରକାର। ତେଲେଙ୍ଗାନାରେ ସେ ରହିଥିବା ନେଇ ଛତିଶଗଡ଼ ପୁଲିସ ଗୁଇନ୍ଦା ସୂତ୍ରରୁ ସୂଚନା ପାଇଥିଲା। ଏହାପରେ ଗୋଟିଏ ଟିମ୍ ତେଲେଙ୍ଗାନା ଯାଇ ସ୍ଥାନୀୟ ପୁଲିସ ସହାୟତାରେ ଗିରଫ କରିଛି। ପଚରା ଉଚୁରା ପାଇଁ ବିଜାପୁର ଅଣାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର