ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁଲିସକୁ ମିଳିଛି ବଡ ସଫଳତା। ପୁଲିସ ଏବଂ ବିଏସଏଫ ସମ୍ମୁଖରେ ମହିଳା ମାଓବାଦୀ ଲଚ୍ଛି ଖରା ଅରଫ ଲଚ୍ଛି ଅରଫ ଗୀତା ଆତ୍ମସମର୍ପଣ କରିଛି। ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ରିଶିକେଷ ଖିଲାରିଙ୍କ ସମ୍ମୁଖରେ ଲାଚ୍ଛି ଖରା ଆତ୍ମସମର୍ପଣ କରିଛି। ଲାଚ୍ଛିର ଘର ସ୍ବାଭିମାନ ଅଂଚଳର ଯଡାମ୍ବ ଥାନା ଅନ୍ତର୍ଗତ ମୁକୁଡିପାଲୀ। ଗତ ଏକ ବର୍ଷ ହେଲା ଲାଚ୍ଛି ପାର୍ଟି ମେମ୍ବର ଭାବେ କାମ କରିଆସୁଥିଲା। ଏହା ପୂର୍ବରୁ ସେ ମିଲିସିଆ ଭାବେ କାମ କରୁଥିଲା। ଗତ କିଛି ଦିନ ହେଲା ସ୍ବାଭିମାନ ଅଂଚଳରେ ଜିଲ୍ଲା ପୁଲିସ, ଡିଭିଏଫ, ଏସଓଜି, ବିଏସଏଫ ଏବଂ ଗ୍ରେହାଉଣ୍ଡ ଯବାନଙ୍କ ଘନ ଘନ କୁମ୍ବିଂରେ ନକ୍ସଲ ଅତିଶୟ ହୋଇପଡିଥିଲେ। ଏହି ସମୟରେ ଲଚ୍ଛି ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପାଇଁ ଇଛା ପ୍ରକାଶ କରିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୁଲିସ ଡିଜି ଅଭୟଙ୍କ ଡାକରାରେ ପ୍ରଭାବିତ ହୋଇ ଲଚ୍ଛି ଖରା ଆତ୍ମସମର୍ପଣ କରିଥିବା କହିଥିଲା ଲଚ୍ଛି।
/sambad/media/post_attachments/wp-content/uploads/2021/01/Mkg-woman-naxal-surrender-3-1024x768.jpg)
ସ୍ବାଭିମାନ ଅଂଚଳରେ ବିକାଶର କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଏହାକୁ ନକ୍ସଲ ବିରୋଧ କରି ଆସୁଛନ୍ତି। ପୁଣି ଯନ୍ତାପାଇ, ଯଡାମ୍ବ, ହନ୍ତାଳଗୁଡା, ଗୋରାସେତୁ ଅଂଚଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରି ଏହି ଅଂଚଳରେ ଘନ ଘନ କୁମ୍ବିଂ କରାଯିବା ଏବଂ ଅଂଚଳରେ ଶାନ୍ତି ଫେରିଆସିଥିବାରୁ ନକ୍ସଲ ଏଥିରେ ବ୍ୟସ୍ତବିବୃତ ହୋଇପଡିଲେଣି। ଲୋକେ ତାଂକୁ ଆଉ ସମର୍ଥନ କରୁନଥିବା ଯୋଗୁଁ ମୁଖ୍ୟସ୍ରୋତରେ ସାମିଲ ହୋଇବାକି ଜୀବନ ସୁଖରେ କଟାଇବା ପାଇଁ ଯୋନଜା କରୁଥିବା କୁହାଯାଇଛି। ଆଦିବାସୀଙ୍କ ମଧ୍ୟରେ ନକ୍ସଲ ଭେଦଭାଗ ସୃଷ୍ଟି କରିବା, ମହିଳାଙ୍କ ପ୍ରତି ଅସଦାଚରଣ କରିବା, ସେମାନଙ୍କୁ ସଂଗଠନରେ ଜଡିତ କରି ରୋଷେଇ କରାଇବା, ଜିନିଷ ବୋହିବା ସହ ମାନିକ ଏବଂ ଶାରିରୀକ ନିର୍ଯାତନା ଦେବେ ଭଳି ଘଟଣା ଘଟୁଥିବାରୁ ଲାଚ୍ଛି ଆତ୍ମସମର୍ପଣ କରିବା ପାଇଁ ସ୍ଥିର କରିଥିବା କହିଥିଲା।
ସେହିପରି ମାଓ ନେତା କ୍ରିଷ୍ଣାର ମହିଳାଙ୍କ ପ୍ରତି ରହିଥିବା ଖରାପ ମନୋଭାବ ଏବଂ ସେମାନଙ୍କୁ ନିର୍ଯାତନା ଦେଉଥିବାରୁ ବହୁ ମହିଳା ମାଓବାଦୀ ଇତି ମଧ୍ୟରେ ଆତ୍ମସମର୍ପଣ କରିବେ ବୋଲି କହିଛନ୍ତି। ବିଶେଷକରି ଆନ୍ଧ୍ର କ୍ୟାଡର ଏବଂ ଛତିଶଗଡର କ୍ୟାଡର ନକ୍ସଲମାନେ ଓଡିଶାର ଆଦିବାସୀ ନକ୍ସଲମାନଙ୍କୁ ନିର୍ଯାତନା ଦେବା ସହ ଭେଦଭାଗ ପ୍ରଦର୍ଶନ କରୁଛନ୍ତି। ଦୀର୍ଘ ଦିନ ହେଲା ସଂଗଠନରେ ସେ ନିର୍ଯାତନା ପାଇଆସୁଥିବାରୁ ସେ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଥିଲା। ନିରୀହ ଲୋକଙ୍କୁ ଆଦିବାସୀ ପୁଲିସ ଇନଫର୍ମର କହି ହତ୍ୟା କରିବା,ସ୍ବାଭିମାନ ଅଂଚଳର ଆଦିବାସୀମାନଙ୍କୁ ଦୁଇ ଭାଗ କରିବା,ତାଂକୁ ମାନସିକ ଓ ଶାରିରୀକ ନିର୍ଯାତନା ଦେବାରୁ ସେ ସଂଗଠନ ଛାଡିଥିବା କହିଥିଲା। ଆଗକୁ ପୁଲିସ ଦ୍ବାରା ଆତ୍ମନିର୍ଭରଶୀଳ ତାଲିମ ଗ୍ରହଣ କରି ବାକି ଜୀବନ ସୁଖରେ କଟାଇବ ବୋଲି କହିଥିଲା। ସରକାରଙ୍କ ତରଫରୁ ତାକୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଘର, ପାଠ ପଢିବା ଏବଂ ଆତ୍ମନିର୍ଭରଶୀଳ କରାଯିବ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Maao-lady-surrender-24_Thumb.jpg)