ମାଲକାନଗିରି: ରାଜ୍ୟ ସରକାର ମହିଳା ସଶକ୍ତିକରଣ ପାଇଁ ଏକାଧିକ ପଦକ୍ଷେପ ନେଇଛନ୍ତି। ଏହା ସ୍ବାଗତଯୋଗ୍ୟ। କିନ୍ତୁ ସରକାରଙ୍କ ଯୋଜନାରୁ ଅନେକଙ୍କୁ ଲାଭ ମିଳୁ ନ ଥିବା ମଧ୍ୟ ଅଭିଯୋଗ ହେଉଛି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ସାଲିମି ପଞ୍ଚାୟତର ହଲଦୀକୁଣ୍ଡରେ ବାସ କରୁଥିବା ବିଧବା ରାମେଙ୍କ ଦୁଃଖ ପ୍ରଶାସନ ବୁଝୁନଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଗତ ୬ ମାସରୁ ଊର୍ଦ୍ଧ୍ବ ସମୟ ହେଲା ରାମେ ବିଧବା ଭତ୍ତା ପାଇଁ ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରି ଥକି ଯାଇଥିବା ସ୍ଥାନୀୟ ଲୋକେ କହିଥିଲେ।

Advertisment

ଏନେଇ ଶେଷରେ ସୋସିଆଲ ମିଡିଆରେ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ ହୋଇଥିବା ସ୍ଥାନୀୟ ବାସିନ୍ଦା କହନ୍ତି। ୬ ମାସରୁ ଊର୍ଦ୍ଧ୍ବ ସମୟ ହେଲା  ରାମେଙ୍କ ସ୍ବାମୀଙ୍କର ଦେହାନ୍ତ ହୋଇଗଲା। ତେବେ ସେ ବିଧବା ଭତ୍ତା ପାଇଁ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କେହି ଶୁଣୁନଥିବା କୁହାଯାଇଛି। ତୁରନ୍ତ ଏନେଇ ପଞ୍ଚାୟତ ତରଫରୁ ତଦନ୍ତ କରାଯାଇ ରାମେକୁ ବିଧବା ଭତ୍ତା ପ୍ରଦାନ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।