ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସଦରଥାନା ଅଂଚଳର  ଯୁବତୀ ପ୍ରତାରିତା ହୋଇଥିବା ଅଭିଯୋଗ କରିଛନ୍ତି। ଜୟପୁର ସଦରଥାନା ଅନ୍ତର୍ଗତ ପ୍ରଧାନୀଗୁଡ଼ା ଗାଁର ରାମଚନ୍ଦ୍ର ଖରା (୨୬) ବିବାହ କରିବାର ମିଥ୍ୟା ପ୍ରତିଶ୍ରୃତି ଦେଇ ଦୁଷ୍କର୍ମ କରିଥିବା ଜୟପୁର ସଦରଥାନାରେ ଏତଲା ଦେଇଛନ୍ତି। ଅଭିଯୁକ୍ତ ଯୁବତୀଙ୍କ ସହ ପ୍ରେମ ସଂପର୍କ ରହିଥିଲା। ଯୁବତୀଙ୍କ ଇଛା ବିରୋଧରେ ଶାରିରୀକ ସଂପର୍କ ରଖି ଆସୁଥିଲା। ଏହାରି ମଧ୍ୟରେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ ଏବଂ ଗର୍ଭପାତ କରାଇଥି‌ଲେ। ପୁଣି ଏବେ ସେ ଗର୍ଭବତୀ ହେବା ପରେ ବିବାହ ପାଇଁ ଯୁବତୀ ଜଣକ କହିବାରେ ଅଭିଯୁକ୍ତ ମନା କରିଦେଇଥିଲା। ତେଣୁ  ପ୍ରତାରିତ ହୋଇଥିବାରୁ ଯୁବତୀ ଥାନାରେ ଏତଲା ଦେଇଛନ୍ତି ବୋଲି କହିଛନ୍ତି ଥାନା ଅଧିକାରୀ ଇଶ୍ବର ତାଣ୍ଡି। ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୭୬ ଓ୫୦୬ରେ ମାମଲା ରୁଜୁ କରି ଗିରଫ କରାଯାଇଛି। ଏବଂ କୋର୍ଟକୁ ଚାଳାଣ କରାଯାଇଥିଲା। କୋର୍ଟ ବିଚାରବିଭାଗୀୟ ସ୍ବତନ୍ତ୍ର ଜେଲକୁ ପଠାଇଦେଇଥିବା କହିଛନ୍ତି ସଦରଥାନା ଅଧିକାରୀ।