ପଦ୍ମପୁର : ପଦ୍ମପୁର ଉପଖଣ୍ତ ବୁଡ଼େନ ଥାନା ଅଂଚଳରେ ଜଣେ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ପୁଲିସ୍ ଦହିତା ଗ୍ରାମର ବିବାହିତ ଜିତେନ ମଟାରିକୁ ଗିରଫ କରିଛି।
ପୁଲିସ୍ ସୂତ୍ରରୁ ପ୍ରକାଶ, ଗତ ୧୮ ତାରିଖ ସକାଳେ ପୀଡ଼ିତା ଜଣକ ମହୁଲ ଗୋଟେଇବାକୁ ଯାଉଥିଲେ। ଏହି ସମୟରେ ଜିତେନ ରାସ୍ତାରେ ତାଙ୍କୁ ଅଟକାଇ ବଳାତ୍କାର ଉଦ୍ୟମ କରିଥିଲା। କୌଶଳକ୍ରମେ ପୀଡ଼ିତା ଜଣକ ଜୀବନ ବଂଚାଇ ସେଠାରୁ ଖସି ପଳାଇ ଆସି ଘଟଣା ବିଷୟରେ ତାଙ୍କ ଭାଇକୁ ମୋବାଇଲ ଯୋଗେ ଜଣାଇଥିଲେ। ଭାଇ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ଏହି ପ୍ରସଙ୍ଗରେ ଗ୍ରାମ୍ୟ ବୈଠକରେ ଆଲୋଚନା ହୋଇଥିଲା। ଘଟଣାକୁ ଚାପି ଦେବାକୁ ଜିତେନ ଚେଷ୍ଟା ଚଳାଇଥିଲା। ଖବର ପାଇ ଆମ୍ବେଦକର ୱାରିୟର ସଂଘ ପୀଡିତା ଘରକୁ ଯାଇ ଘଟଣାର ତଦନ୍ତ କରି ବୁଡେନ ଥାନାରେ ଅଭିଯୋଗ କରିଥିଲେ। ଥାନାଧିକାରୀ ମନୋଜ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ କେସ ନଂ ୪୫/୨୦୨୩ରେ ଏକ ମାମଲା ରୁଜୁ କରି ପୁଲିସ୍ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/raped-f.jpg)