ପାଣିକୋଇଲି: ପାଣିକୋଇଲି ଥାନା ଅନ୍ତର୍ଗତ ପାଣିକୋଇଲି ପଞ୍ଚାୟତ ଅଳତିରି ଗ୍ରାମର ଜାଗୁଳାଇ ପୋଖରୀରୁ ଗତ ଶୁକ୍ରବାର ଉଦ୍ଧାର କରାଯାଇଥିବା ଆଦିବାସୀ ମହିଳାଙ୍କର ଚିକିତ୍ସିତ ଅବସ୍ଥାରେ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ଘଟିଛି। ମୃତ ମହିଳା ଟମକା ଥାନା ଅଂଚଳର ସୁପ୍ରିୟା ମୁଣ୍ତା(୩୬)।
ପ୍ରକାଶ ଯେ, ଗତ ଶୁକ୍ରବାର ଜାଗୁଳାଇ ପୋଖରୀରେ ସୁପ୍ରିୟା ବୁଡ଼ି ଯାଉଥିବା ସମୟରେ ସ୍ଥାନୀୟ ଯୁବକମାନେ ଉଦ୍ଧାର କରିଥିଲେ। ରାତିରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ଘଟିଛି। ପାଣିକୋଇଲି ଥାନା ଏଏସ୍ଆଇ ସତ୍ୟବାଦୀ ଦାଶ ୩/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି।