କଟକ: କଟକ ସହରର ଅନ୍ୟତମ ଜନଗହଳିପୂର୍ଣ୍ଣ ସ୍ଥା‌ନରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମଧୁପାଟଣା ଓଭର ବ୍ରିଜ ଉପରୁ ଜଣେ ମହିଳା ଆଜି ଅପରାହ୍‌ଣରେ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ତେବେ ମହିଳାଙ୍କୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଟ୍ରାଫିକ ପୁଲିସ କର୍ମଚାରୀ ଉଦ୍ଧାର କରିବା ସହିତ ଜୀବନ ବଞ୍ଚାଇଛନ୍ତି। ମହିଳାଙ୍କ ନାମ ପ୍ରଣତି ସାହାଣୀ ‌ବୋଲି କୁହାଯାଉଛି। ତାଙ୍କ ଘର କଟକ ଜିଲ୍ଲା ତିଗିରିଆ ଅଞ୍ଚଳର ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ ଆଜି ଅପରାହ୍‌ଣ ପ୍ରାୟ ୨ଟା ସମୟରେ ମଧୁପାଟଣା ବ୍ରିଜ୍‌ ଉପରେ ଜଣେ ମହିଳା ଥିଲେ। ସେ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମହିଳା ଜଣକ ଯେତେବେଳେ ଆତ୍ମହତ୍ୟା କରିବାକୁ ଯାଉଥିଲେ। ବ୍ରିଜ୍‌ ତଳେ ମୁତୟନ ଥିବା ପୁଲିସ କର୍ମଚାରୀ ତପନ କୁମାର ଦାସ ଏହା ଦେଖିପାରିଥିଲେ। ସେ ହଠାଥ୍‌ ଉପସ୍ଥିତ ବୁଦ୍ଧି ଲଗାଇ ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ବାହାରି ପଡ଼ିଥିଲେ। ଶେଷରେ ତାଙ୍କର ଉପସ୍ଥିତ ବୁଦ୍ଧି ଓ ମହାନ୍ ମାନବିକତା କାରଣରୁ ମହିଳା ଜଣକ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି।

ଉଦ୍ଧାର ହେଲା ମହିଳାଙ୍କୁ ପୁଲିସ ଅଟକ ରଖିଛି। ମହିଳା ଆତ୍ମହତ୍ୟା ଉଦ୍ୟମ କରିବାର କାରଣ ସେନେଇ ପଚରାଉଚରା କରୁଛି। ତେବେ କୌଣସି ମାନିସକ ଚାପର ବଶବର୍ତ୍ତୀ ଅଥବା ପାରିବାରିକ କଳହ କରାଣରୁ ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଅନ୍ୟପଟରେ ଶ୍ରୀ ଦାସଙ୍କ ସାହସ ଓ ଉପସ୍ଥିତ ବୁଦ୍ଧିକୁ ସମସ୍ତେ ପ୍ରଶଂସା କରୁଛନ୍ତି।