ସୁଅ ମୁହଁରୁ ମହିଳାଙ୍କୁ ବ˚ଚାଇଲେ ଯୁବକ

କଟକ : କାଠଯୋଡ଼ିର ପ୍ରଖର ସ୍ରୋତରୁ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ୧୮ ବର୍ଷିୟ ସାହାସୀ ଯୁବକ ତୋଫାନ। ଖାନନଗର ଦୁର୍ଗା ମଣ୍ତପ ତୁଠ ନିକଟରେ ଭାସି ଯାଉଥିବା ଜଣେ ମହିଳାଙ୍କୁ ଆଠ ଘରିଆର ଟିକମ ବେହେରାଙ୍କ ପୁଅ ତୋଫାନ ବେହେରା ଉଦ୍ଧାର କରିଛନ୍ତି। ସମ୍ପୃକ୍ତ ମହିଳା ଜଣକ ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ତୋଫାନଙ୍କ ସାହସିକତା କାର୍ଯ୍ୟକୁ ପ୍ରଶ˚ସା କରାଯାଇଛି।

ସୂଚନା ଅନୁଯାୟୀ, ଘରୋଇ କଳହକୁ କେଦ୍ର କରି ଭୁବନେଶ୍ବର ଡେଲଟା ଅଞ୍ଚଳର ର˚ଗଣୀ ସାହିର ସୋଲ ସାହୁ(୪୯) ଖାନନଗରସ୍ଥିତ ହନୁମାନ ମନ୍ଦିର ତୁଠ ନିକଟରେ ଆତ୍ମହତ୍ୟା ପାଇଁ କାଠଯୋଡ଼ିକୁ ଡେଇଁ ପଡ଼ିଥିଲେ। ଦୁର୍ଗାମଣ୍ତପ ତୁଠରେ ଗାଧୋଉଥିବା ଖାନନଗର ଯୁବକ ସ˚ଘର ସଦସ୍ୟ ଆଠଘରିଆ ସାହିର ତୋଫାନ ବେହେରା ଉପସ୍ଥିତ ବୁଦ୍ଧି ଖଟାଇ ସୋଲ ସାହୁଙ୍କୁ ଉଦ୍ଧାର କରିବାକୁ ଅଣ୍ଟା ଭିଡ଼ିଥିଲେ। ନଦୀର ପ୍ରଖର ସ୍ରୋତରେ ଭାସିଯାଉଥିବା ବେଳେ ସାହସର ସହିତ ତାଙ୍କୁ ନଦୀରୁ ଉଦ୍ଧାର କରିଥିଲେ। ପାଖାପାଖି ୫୦୦ ମିଟର ଦୂରରୁ ତାଙ୍କୁ ଉଦ୍ଧାର କରି ଆଣିଥିଲେ। କୂଳକୁ ଆଣି ମହିଳାଙ୍କ ପେଟରୁ ପାଣି ବାହାର କରି ହୋସ ଫେରାଇବାକୁ ଉଦ୍ୟମ କରିଥିଲେ। ତୁରନ୍ତ ବାଦାମବାଡ଼ି ଥାନା ପୁଲିସକୁ ଖବର ଦେଲା ପରେ ପୁଲିସ ପହଞ୍ଚି ତାଙ୍କୁ ଥାନାକୁ ନେଇଥିଲା। ପରେ ଡାକ୍ତରୀ ପରୀକ୍ଷା ପରେ ପରିବାର ଲୋକଙ୍କ ଜିମା ଦିଆଯାଇଥିବା ସୂଚନା ମିଳିଛି। ମାତ୍ର ୧୮ ବର୍ଷ ବୟସ୍କ ତୋଫାନଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶ˚ସା କରାଯାଇଛି। ଖାନନଗର ଯୁବକ ସ˚ଘ ପକ୍ଷରୁ ତାଙ୍କର ଏଭଳି ମହତ କାମ ପାଇଁ ସମ୍ମାନୀତ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର