ବିନିକା/ସେଲେଡି : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନ୍ଏସି ଅନ୍ତର୍ଗତ ଗୁଲାପଡ଼ାର ଜଣେ ମହିଳା ଫେସ୍ପେକ୍ କ୍ରିମ୍ ମୁହଁରେ ଲଗାଇ ଗୁରୁତର ହୋଇଥିବା ଜଣାପଡ଼ିଛି।
ସୂଚନାନୁସାରେ ଗୁଲାପଡ଼ାର ଶ୍ରବଣ ସେବକଙ୍କ ପତ୍ନୀ ସୁମିତ୍ରା ସେବକ (୨୬) କିଛିଦିନ ତଳେ ଏକ ଫେସ୍ପେକ୍ କ୍ରିମ୍ ଆଣି ମୁହଁରେ ଲଗାଇଥିଲେ। ଏହା ଲଗାଇବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତାଙ୍କୁ ପ୍ରଥମେ ବିନିକା ଡାକ୍ତରଖାନାକୁ ଆଣିଥିଲେ। ବିନିକା ଡାକ୍ତରଖାନାରେ ଆଶୁ ଚିକିତ୍ସା ପରେ ବୁର୍ଲା ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡ଼ିଛି। ଏହି କ୍ରିମ୍ ସେ ବାଞ୍ଜିପାଲିର ଏକ ଦୋକାନରୁ କିଣିଥିବା ଶ୍ରୀ ସେବକ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/a133929b-009d-4190-83a1-b90d88de4421.jpg)