ଝାରସୁଗୁଡ଼ା: ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଝାରସୁଗୁଡ଼ା ଥାନା ସାରସମାଲ ଗାଁର ରୋହିଦାସପଡ଼ାରେ ଜଣେ ମହିଳାଙ୍କୁ ଗୁଳି ମାରି ହତ୍ୟା କରାଯାଇଛି।

ନିହତ ମହିଳା ହେଉଛନ୍ତି ସୁନନ୍ଦ ରୋହିଦାସଙ୍କ ୩୭ ବର୍ଷୀୟ ପତ୍ନୀ କନକ ରୋହିଦାସ।

Advertisment

ଗତରାତିରେ ତାଙ୍କ ଘର ବାରନ୍ଦାରେ ତାଙ୍କୁ କୌଣସି ଅଜ୍ଞାତ ଦୁର୍ବୃତ୍ତ ଅତି ନିକଟରୁ ଗୁଳି କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

publive-image

ପରେ ପରେ ପରିବାର ଲୋକେ ତାଙ୍କ ଶବକୁ ଘର ଭିତରକୁ ନେଇ ଖଟରେ ଶୁଆଇଦେବା ସହ ପୁଲିସକୁ ଖବର ଦେଇ ଥିଲେ।

ସନ୍ଧାନୀ ଶ୍ୱାନ, ସାଇଣ୍ଟିଫିକ୍‌ ଟିମ୍‌ଙ୍କ ସହ ଝାରସୁଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବାରନ୍ଦାରୁ ପୁଲିସ ଗୋଟାଏ ଖୋକା ପାଇଛି।

ହତ୍ୟାକାଣ୍ଡରେ କେଉଁମାନେ ସମ୍ପୃକ୍ତ ଏବଂ କେଉଁ କାରଣ ଯୋଗୁଁ ସେ ମହିଳାଙ୍କୁ ଗୁଳି ମାରି ହତ୍ୟା କରାଯାଇଛି, ତାହା ଜଣାପଡ଼ି ନାହିଁ।

ଘଟଣାସ୍ଥଳରେ ଝାରସୁଗୁଡ଼ା ଏସ୍‌ପି, ଏସ୍‌ଡିପିଓ ଏବଂ ଆଇଆଇସି ମଧ୍ୟ ଉପସ୍ଥିତ ଅଛନ୍ତି।