ଝାରସୁଗୁଡ଼ା: ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଝାରସୁଗୁଡ଼ା ଥାନା ସାରସମାଲ ଗାଁର ରୋହିଦାସପଡ଼ାରେ ଜଣେ ମହିଳାଙ୍କୁ ଗୁଳି ମାରି ହତ୍ୟା କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ନିହତ ମହିଳା ହେଉଛନ୍ତି ସୁନନ୍ଦ ରୋହିଦାସଙ୍କ ୩୭ ବର୍ଷୀୟ ପତ୍ନୀ କନକ ରୋହିଦାସ।
ଗତରାତିରେ ତାଙ୍କ ଘର ବାରନ୍ଦାରେ ତାଙ୍କୁ କୌଣସି ଅଜ୍ଞାତ ଦୁର୍ବୃତ୍ତ ଅତି ନିକଟରୁ ଗୁଳି କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।
ପରେ ପରେ ପରିବାର ଲୋକେ ତାଙ୍କ ଶବକୁ ଘର ଭିତରକୁ ନେଇ ଖଟରେ ଶୁଆଇଦେବା ସହ ପୁଲିସକୁ ଖବର ଦେଇ ଥିଲେ।
ସନ୍ଧାନୀ ଶ୍ୱାନ, ସାଇଣ୍ଟିଫିକ୍ ଟିମ୍ଙ୍କ ସହ ଝାରସୁଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବାରନ୍ଦାରୁ ପୁଲିସ ଗୋଟାଏ ଖୋକା ପାଇଛି।
ହତ୍ୟାକାଣ୍ଡରେ କେଉଁମାନେ ସମ୍ପୃକ୍ତ ଏବଂ କେଉଁ କାରଣ ଯୋଗୁଁ ସେ ମହିଳାଙ୍କୁ ଗୁଳି ମାରି ହତ୍ୟା କରାଯାଇଛି, ତାହା ଜଣାପଡ଼ି ନାହିଁ।
ଘଟଣାସ୍ଥଳରେ ଝାରସୁଗୁଡ଼ା ଏସ୍ପି, ଏସ୍ଡିପିଓ ଏବଂ ଆଇଆଇସି ମଧ୍ୟ ଉପସ୍ଥିତ ଅଛନ୍ତି।