ମୋବାଇଲ୍‌ ଫୋନ୍‌ ନମ୍ବର ମାଗି ଦୀପିକାଙ୍କ ଠାରୁ ଶକ୍ତ ଚାପୁଡ଼ା ଖାଇଲେ ମହିଳା

ବ୍ରହ୍ମପୁର: ସ୍ଥାନୀୟ ଦେଶୀବେହେରାସାହିରେ ୬୭ ଦିନ ହେବ ଧାରଣାରେ ବସିଥିବା ଦୀପିକା ଆଜି ଜଣେ ମହିଳାଙ୍କୁ ଚାପୁଡ଼ା ମାରିଥିବା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହୋଇଛି। ଆଜି ଅପରାହ୍ନରେ ଦୀପିକା ସେହିଭଳି ଧାରଣାରେ ବସିଥିଲେ। ଏହି ସମୟରେ ଜଣେ ମହିଳା ଆସି ଦୀପିକାଙ୍କୁ ପ୍ରମିଳା ତ୍ରିପାଠୀଙ୍କ ନମ୍ବର ମାଗିଥିଲେ। ପାଖକୁ ଆସି ନମ୍ବର ଦେଉଛି ବୋଲି କହିଥିଲେ ଦୀପିକା । ମହିଳା ଜଣକ ପାଖକୁ ଯିବା ପରେ ଦୀପିକା ସମ୍ପୃକ୍ତ ମହିଳାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ । ଚାପୁଡ଼ା ମାରିବା ପରେ ପୁଣି କେ ଦି‌ନେଶଙ୍କ ବାରଣ୍ଡାରୁ ବାହାରି ମହିଳାଙ୍କ ସହ ହାତାହାତି ହୋଇଥିଲେ । ଘଟଣାସ୍ଥଳରେ ରହିଥିବା ବଡ଼ବଜାର ଥାନାର କିଛି ପୁଲିସ କନେଷ୍ଟବଳ ଉଭୟଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ତେବେ ସମ୍ପୃକ୍ତ ମହିଳା ଜଣକ କିଛି ଦିଳ ପୂର୍ବରୁ ଦୀପିକାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ ତେଣୁ ଏଭଳି ଚାପୁଡ଼ା ମାରିଥିବା କହିଛନ୍ତି ଦୀପିକା ।

ଗୁରୁବାର ଦୀର୍ଘଦିନ ଅନୁପସ୍ଥିତ ରହି ଘରକୁ ଫେରିବା ପରେ ଦୀପିକା ଟାଙ୍ଗିଥିବା ପାଲକୁ ଚିରି ଫୋପାଡି ଦେଇଥିଲେ ଶାଶୁ ଓ ଶ୍ୱଶୂର । ଏପରିକି ତାଙ୍କୁ ଦୁର୍ବ୍ୟବହାର କରିିବା ସହ ମାଡ ମାରିଥିବା ଅଭିଯୋଗ ଆଣି ଦୀପିକା ବ୍ରହ୍ମପୁର ବଡବଜାର ଥାନାରେ ଏତଲା ଦେଇଥିଲେ । ଆଉ ଏତଲା ଆଧାରରେ ଧାରଣାସ୍ଥଳକୁ ପୁଲିସ ଆସି ତଦନ୍ତ କରିବା ସହ କେ ଦିନେଶଙ୍କ ବାପା କେ. ଦିଲ୍ଲୀପ କୁମାର ଓ ମାଆ କେ ବିଟାଶ୍ରୀଙ୍କ ସହ ଦୀପିକାଙ୍କୁ ଥାନାକୁ ନେଇଥିଲା ।

ଦୀପିକା ଧାରଣାରେ ବସିଥିବାବେଳେ କିଛି ଦିନ ହେବ ଘର ଛାଡି ବାହାରକୁ ଚାଲିଯାଇଥିଲେ ଦୀନେଶଙ୍କ ପରିବାର । ହେଲେ, ଗୁରୁବାର ଫେରିଆସି ଦୀପିକା ଟାଙ୍ଗିଥିବା ପାଲକୁ ଚିରି ଫୋପାଡି ଦେଇଥିଲେ । ଏହାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ହେଲେ, ଏହାରି ଭିତରେ ନୂଆ ଚାଲ ଖେଳିଛନ୍ତି ଦିନେଶଙ୍କ ମା’ । କହିଛନ୍ତି, ସେ ଦୀନେଶଙ୍କୁ ମଧ୍ୟ ଘରୁ ବାହାର କରିଦେଇଛନ୍ତି । ତେଣୁ ସେମାନେ ତାଙ୍କ କଥା ବୁଝିବେ।

ସୂଚନାଯୋଗ୍ୟ, ଦୀପିକା ଓ ଦିନେଶ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଉଭୟ ପରସ୍ପରକୁ ଭଲ ପାଉଥିଲେ । ହେଲେ, ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା । ବିବାଦ ଥାନାରେ ପହଞ୍ଚିଥିଲା । ଦୀପିକାଙ୍କ ଅଭିଯୋଗ ଆଧାରରେ ଦୀନେଶ ଜେଲକୁ ଯାଇଥିଲେ । ଆଉ ଜେଲରୁ ଫେରିବା ପରେ ଦିନେଶ ଦୀପିକାଙ୍କୁ ଧରାଛୁଆଁ ଦେଇ ନଥିଲେ । ଏହା ଭିତରେ ଦୀପିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଆଉ ସେହି ପିଲାର ବାପା ଦିନେଶ ବୋଲି ଦୀପିକା ଦାବି କରିଆସୁଛନ୍ତିି ।

 

ସମ୍ବନ୍ଧିତ ଖବର