କଣ୍ଟାମାଳ : କଣ୍ଟାମାଳ ବ୍ଲକ ଲମ୍ବସରୀ ପଞ୍ଚାୟତ ପିପଲପାଲି ଗାଁର ରଘୁନାଥ ଯାନୀଙ୍କ ସ୍ତ୍ରୀ ରୋଜି ଯାନୀ (୨୭) ଗତ ଗୁରୁବାର ବିଳମ୍ବିତ ରାତିରେ ନିଜ ବାଡିରେ ଥିବା ଏକ ଗଛରେ ନିଜ ଶାଢ଼ିକୁ ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି। ସକାଳୁ ପରିବାର ଲୋକେ କଣ୍ଟାମାଳ ଥାନାକୁ ଖବର ଦେଇଥିଲେ। କଣ୍ଟାମାଳ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା। ପୁଲିସ ଶୁକ୍ରବାର ଶବକୁ ମନମୁଣ୍ଡା ଡାକ୍ତରଖାନାରେ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ଖବର ପାଇ ବାଉଁଶୁଣି ନିକଟ ଛେଲବାହାଲି ଗ୍ରାମରୁ ରୋଜିଙ୍କ ବାପାମା’ ଆସି ତାଙ୍କ ଝିଅକୁ ବହୁଦିନରୁ ଅଧିକ ଯୌତୁକ ଆଣିବାକୁ ତାଙ୍କ ଜ୍ବାଇଁ ରଘୁନାଥ ଦୀର୍ଘ ଦିନରୁ ମାଡ଼ ମାରି ଆସୁଥିଲେ। ନିର୍ଯାତନା ଅସହ୍ୟ ହେବାରୁ ତାଙ୍କ ଝିଅ ଆତ୍ମହତ୍ୟା କରିଛି ବୋଲି ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ତଦନ୍ତକାରୀ ପୁଲିସ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ରଙ୍କୁ ପଚାରିବାରୁ ତଦନ୍ତ ଜାରି ରହିଛି, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଏହି ଘଟଣାର ଅସଲ ରହସ୍ୟ ଜଣାପଡ଼ିବ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/youth-commits-suicide-hanging-to-high-tension-tower-for-ap-special-status_0_18-09-01-02-09-35.jpg)
