ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ସରସ୍ୱତୀ ଶିଶୁବିଦ୍ୟାମନ୍ଦିରରେ କାର୍ଯ୍ୟରତ ଜଣେ ଶିକ୍ଷୟିତ୍ରୀଙ୍କ ସ୍କ୍ରବ୍ ଟାଇଫସ୍ରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ଆଶଂକା କରାଯାଉଛି। ତେବେ ଡାକ୍ତରୀ ରିପୋର୍ଟ ମିଳି ନଥିବାରୁ ଏ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳି ନାହିଁ ଓ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ସୂଚନା ଅନୁଯାଇ ବୀରମିତ୍ରପୁର ସରସ୍ୱତୀ ଶିଶୁବିଦ୍ୟାମନ୍ଦିରରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଦେବଶ୍ରୀ କୁଣ୍ଡୁ ବନମୁଣ୍ଡା ଦଫେଇ ବାବୁପଡ଼ାରେ ପରିବାର ସହ ରହନ୍ତି।
୯ ତାରିଖ ସନ୍ଧ୍ୟାରେ ଦେବଶ୍ରୀ ଘର ନିକଟରେ ଥିବା ଗାନ୍ଧୀପାର୍କକୁ ବୁଲିବା ପାଇଁ ଯାଇଥିଲେ। ସେଠାରେ ତାଙ୍କୁ କୌଣସି ଏକ କୀଟ କାମୁଡ଼ିଥିଲା। କୀଟ କାମୁଡ଼ିବା ପରେ ଦେବଶ୍ରୀଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବା ସହ ଜ୍ୱର ହେଉଥିଲା। ଦେବଶ୍ରୀ ଜାଣିନପାରି ସାମାନ୍ୟ ଜ୍ଵର ବଟିକା ଖାଉଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତିନିଦିନ ପୂର୍ବରୁ ପରିବାରଲୋକେ ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ସ୍କ୍ରବ୍ ଟାଇଫସ୍ ହୋଇଥିବା ଜଣାପଡ଼ିଥିଲା ବୋଲି ବସ୍ତିବାସିନ୍ଦା ଆଲୋଚନା କରୁଛନ୍ତି।
୯ ତାରିଖ ସନ୍ଧ୍ୟାରେ ଦେବଶ୍ରୀ ଘର ନିକଟରେ ଥିବା ଗାନ୍ଧୀପାର୍କକୁ ବୁଲିବା ପାଇଁ ଯାଇଥିଲେ। ସେଠାରେ ତାଙ୍କୁ କୌଣସି ଏକ କୀଟ କାମୁଡ଼ିଥିଲା। କୀଟ କାମୁଡ଼ିବା ପରେ ଦେବଶ୍ରୀଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବା ସହ ଜ୍ୱର ହେଉଥିଲା। ଦେବଶ୍ରୀ ଜାଣିନପାରି ସାମାନ୍ୟ ଜ୍ଵର ବଟିକା ଖାଉଥିଲେ।
ଆଜି (ଗୁରୁବାର) ଦେବଶ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଦେବଶ୍ରୀଙ୍କ ମୃତ୍ୟୁର କାରଣ ବିଷୟରେ ତାଙ୍କ ସ୍ବାମୀ ସୁମିତ କୁମାର ମାଝୀଙ୍କୁ ପଚାରିବାରୁ ସେ ସ୍ପଷ୍ଟ ଭାବେ କିଛି କହିପାରି ନଥିଲେ। ତେବେ ଏ ବାବଦରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିଭୂତିଭୂଷଣ ପାଢ଼ୀଙ୍କୁ ପଚାରିବାରୁ ‘ରିପୋର୍ଟ ମିଳିବାକୁ ଆଉକିଛି ସମୟ ଲାଗିବ ଓ ତା’ପରେ ମୃତ୍ୟୁର କାରଣ ସ୍ପଷ୍ଟହେବ’ ବୋଲି କହିଥିଲେ। ଦେବଶ୍ରୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବୀରମିତ୍ରପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପରେ ବୀରମିତ୍ରପୁର ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ଆଜି ଛୁଟି ଘୋଷଣା କରାଯାଇଥିଲା।