ଭୁବନେଶ୍ବର : କରୋନା ମୁକାବିଲା ସମୟରେ ଘରୋଇ ହିଂସା ବଢୁଥିବା ଅଭିଯୋଗ ଆସିବା ପରେ ଏହାର ମୁକାବିଲା କରିବା ଲାଗି ଓଡ଼ିଶା ପୁଲିସ ପକ୍ଷରୁ ଫୋନ୍ ଫଲୋଅପ୍ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ରସୁଲଗଡ଼ ସ୍ଥିତ ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋରେ ଥିବା ରାଜ୍ୟସ୍ତରୀୟ କଲ ସେଣ୍ଟରରୁ ଆଜି ପ୍ରଥମ ଦିନରେ ରାଜ୍ୟର ୩୦୪ ଜଣ ମହିଳାଙ୍କ ପାଖକୁ ଫୋନ୍ କଲ୍ ଯାଇଛି। ସେମାନଙ୍କ ଭିତରୁ ୭ଜଣ ମହିଳା ଏବେ ବି ନିର୍ଯାତନାର ଶିକାର ହେଉଥିବା ଫୋନ୍ କଲ୍ ସମୟରେ ପ୍ରକାଶ କରିଥିଲେ। ସେହି ଘଟଣାର ଫଲୋଅପ୍ ନେବା ଲାଗି ସମ୍ପୃକ୍ତ ଜିଲ୍ଲା ପୁଲିସକୁ କୁହାଯାଇଥିବା ଡିଜିପି ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି। ଘରୋଇ ହିଂସା ସମ୍ପର୍କରେ ଜାଣିବା ଲାଗି ପୁରୁଣା ଫାଇଲ ଲେଉଟାଇଛି ପୁଲିସ। ମିଳିଥିବା ସୂଚନା ଅନୁସାରେ ୨୦୧୮ରୁ ଏବେ ସୁଦ୍ଧା ରାଜ୍ୟର ବିଭିନ୍ନ ଥାନାରେ ଯେଉଁ ମହିଳା ନିର୍ଯାତନା ଅଭିଯୋଗ ଆସିଛି ସେହି ଘଟଣାରେ କଣ୍ଟ୍ରୋଲ ରୁମରୁ ଫୋନ୍ କଲ୍ କରାଯାଇ ବର୍ତ୍ତମାନର ସ୍ଥିତି କଣ ଅଛି ସେ ନେଇ ଯାଞ୍ଚ କରାଯାଉଛି। ଲକଡାଉନ୍ ସମୟରେ ଯେଉଁ ମହିଳା ନିର୍ଯାତନାର ଶିକାର ହେଉଛନ୍ତି ସେମାନେ ଜିଲ୍ଲା ପୁଲିସ କଣ୍ଟ୍ରୋଲ ରୁମ୍, ସ୍ଥାନୀୟ ଥାନାକୁ ଫୋନ୍ ଯୋଗେ ଅଭିଯୋଗ କରିପାରିବେ। ଅଭିଯୋଗ ମିଳିବା ପରେ ପୁଲିସ ସମ୍ପୃକ୍ତ ମହିଳାଙ୍କ ଘରକୁ ଯାଇ ଲିଖିତ ଅଭିଯୋଗ ଆଣିବ ବୋଲି ସବୁ ଜିଲ୍ଲା ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି।
ଘରୋଇ ହିଂସା ଅଭିଯୋଗ : ପ୍ରଥମ ଦିନରେ ୩୦୪ ମହିଳାଙ୍କ ପାଖକୁ ଗଲା ଫୋନ୍ କଲ୍
/sambad/media/post_attachments/wp-content/uploads/2020/04/violance.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)