୬ଟି ସ୍ତ୍ରୀର ସ୍ୱାମୀ ୨ଟି ଛୁଆର ମା’କୁ ନେଇ ଫେରାର, ଥାନାରେ ଏତଲା

କଳାବାଡ଼ିଆ : ଦୁଇଟି ଛୁଆର ମା’କୁ ନେଇ ଜଣେ ୬ଟି ସ୍ତ୍ରୀର ସ୍ୱାମୀ ଫେରାର ହୋଇଯାଇଛି। ବିଶ୍ୱାସ କରି ହେଉ ନଥିଲେ ମଧ୍ୟ କଥାଟି ସତ। ୧୨ ଦିନ ତଳେ ଏହି ଘଟଣା ଘଟିଥିଲେ ମଧ୍ୟ ଗତକାଲି ଏ ନେଇ ଫେରାର ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିବା ପରେ ବାଙ୍ଗିରିପୋଷି ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ବାଙ୍ଗିରିପୋଷି ଥାନା ଭୁଆଶୁଣୀ ପଂଚାୟତ ଗୋପାଳପୁର ଗ୍ରାମର ଶତ୍ରୁଘନ ସିଂ ବାଲେଶ୍ୱର ଜିଲ୍ଲା କବାଟଘାଟି ଗ୍ରାମରେ ବିବାହ କରିଥିଲେ । ସେମାନଙ୍କର ଦୁଇଟି ଛୋଟ ପୁଅ ଅଛନ୍ତି । ତେବେ ଗତ ୧୮ ତାରିଖ ଦିନ ଗୋପାଳପୁର ଗ୍ରାମର ମୋହନ ମୁର୍ମୁ (୪୫) ଶତ୍ରୁଘନଙ୍କ ସ୍ତ୍ରୀଙ୍କୁୁ ନେଇ ଫେରାର ହୋଇଯାଇଛି ବୋଲି ବାଙ୍ଗିରିପୋଷି ଥାନାରେ ଅଭିଯୋଗ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା, ମୋହନ ମୁର୍ମୁ ଏହା ପୂର୍ବରୁ ୬ ଜଣ ମହିଳାଙ୍କୁ ବିବାହ କରିଛନ୍ତି। ଛଅ ଜଣ ସ୍ତ୍ରୀ ମଧ୍ୟରୁ ୪ ଜଣ ତାଙ୍କୁ ଛାଡ଼ି ପଳାଇଥିବାବେଳେ ଏବେ ମଧ୍ୟ ଦୁଇଜଣ ସ୍ତ୍ରୀ ଗ୍ରାମରେ ଅଛନ୍ତି । ଅନ୍ୟପକ୍ଷରେ ପରସ୍ତ୍ରୀକୁ ନେଇ ଫେରାର ହୋଇ ଯାଇଥିବା ଏହି ବ୍ୟକ୍ତିଙ୍କୁ ତାଙ୍କର ଦୁଇ ପତ୍ନୀ ମଧ୍ୟ ଖୋଜୁଛନ୍ତି।

ସମ୍ବନ୍ଧିତ ଖବର