ଜଙ୍ଗଲରୁ ମହିଳାଙ୍କ ଦରପୋଡ଼ା ଶବ ଉଦ୍ଧାର, ହତ୍ୟା ସନ୍ଦେହ

ତୁରେକେଲା: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ କଲେଜ ନିକଟ ଜଙ୍ଗଲରୁ ଜଣେ ଅଜଣା ମହିଳାଙ୍କ ଦରପୋଡ଼ା ଶବ ଉଦ୍ଧାର ହୋଇଛି। ପୁଲିସ ଶବ ଜବତ କରି ମହିଳାଙ୍କ ପରିଚୟ ଖୋଜୁଛି। ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ କଣ୍ଟାବାଞ୍ଜି ଏସ୍‌ଡିପିଓ, ବଙ୍ଗୋମୁଣ୍ଡା ଥାନା ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି।

ଆଖପାଖ ଗାଁର କୌଣସି ମହିଳା ନିଖୋଜ ହୋଇଛି କି ସେ ଦିଗ ଉପରେ ମଧ୍ୟ ପୁଲିସ ତଦନ୍ତ କରୁଛି। ଏନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳିନାହିଁ। କିଛି ସମୟ ପରେ ବଲାଙ୍ଗୀରରୁ ସାଇଣ୍ଟିଫିକ ଦଳ ଆସି ଅଧିକ ତଦନ୍ତ କରିବେ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର