ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅଧୀନ ମିଣିଆ ଜଙ୍ଗଲରୁ ଆଜି ଶାରଳା ବେହେରା ନାମକ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର ହୋଇଛି। ପରକୀୟା ପ୍ରୀତିକୁ କେନ୍ଦ୍ର କରି ଶାରଳାଙ୍କୁ ସ୍ବାମୀ ତଥା ଦାଡ଼ିକେଜୁ ଗ୍ରାମର କୁନା ଡିଗାଲ୍ ହତ୍ୟା କରିଛନ୍ତି ବୋଲି ବାପଘର ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ମୃତ ଶାରଳାଙ୍କ ବାପା ନବଘନ ବେହେରା ଫୁଲବାଣୀ ସଦର ଥାନାରେ ଏତଲା ଦେବା ପରେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ହିଁ ଶାରଳାଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଫୁଲବାଣୀ ଏସ୍ଡିପିଓ ସୁପ୍ରସନ୍ନ ମଲ୍ଲିକ ସୂଚନା ଦେଇଛନ୍ତି।
୧୮ ଦିନ ହେଲା ନିଖୋଜ ଥିଲେ
ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
ସ୍ବାମୀ ବିରୋଧରେ ଏତଲା
ଏତଲା ଅନୁସାରେ, ଫିରିଙ୍ଗିଆ ଥାନା ଅନ୍ତର୍ଗତ ଖଜୁରୀପଡ଼ା ଗ୍ରାମର ନବଘନ ବେହେରାଙ୍କ ସାନଝିଅ ଶାରଳା କିଛିବର୍ଷ ତଳେ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଦାଡ଼ିକେଜୁ ଗ୍ରାମର ଦୟାନିଧି ଡିଗାଲଙ୍କ ସାନପୁଅ କୁନାଙ୍କୁ ବିବାହ କରିଥିଲେ। ତେବେ ବିବାହ ପରଠୁ ଶାରଳାଙ୍କୁ ଶାଶୂଘର ଲୋକେ ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ। ଏହା ମଧ୍ୟରେ କୁନା କିଛି ଯୁବତୀଙ୍କ ସହ ଅନୈତିକ ସଂପର୍କ ରଖିଥିଲେ। ଶାରଳା ପ୍ରତିବାଦ କରିବାରୁ କୁନା ତାଙ୍କୁ ବହୁବାର ହତ୍ୟା ଉଦ୍ୟମ କରିଥିଲେ ବୋଲି ନବଘନ ଏତଲାରେ ଦର୍ଶାଇଛନ୍ତି।
ତେବେ ଗତମାସ ୨୧ ତାରିଖରେ ଶାରଳା ହଠାତ୍ କୁଆଡ଼େ ନିଖୋଜ ହୋଇଯାଇଥିଲେ। ସ୍ବାମୀ କୁନାଙ୍କ ଠାରୁ ସୂଚନା ପାଇ ଶରଳାଙ୍କ ବାପା ନବଘନ ସଦର ଥାନାରେ ନିଖୋଜ ସଂପର୍କିତ ଏତଲା ଦେଇଥିଲେ। ତେବେ ଆଜି ସକାଳୁ ଶାରଳାଙ୍କ ଖଣ୍ଡବିଖଣ୍ଡିତ ଗଳିତ ଶବ ମିଣିଆ ଜଙ୍ଗଲରୁ ଠାବ ହୋଇଛି। ସ୍ବାମୀ କୁନା ହିଁ ଶାରଳାଙ୍କୁ ହତ୍ୟା କରିଥିବା ନେଇ ନବଘନ ଥାନାରେ ଏତଲା ଦେବା ପରେ ଖୋଳତାଡ଼ ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/oU6IONBJcrMilRTS197z.jpg)