କୋଣାର୍କ: ପୁରୀଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ବେଳାମାର୍ଗ ରାସ୍ତାର କଇଁଚଘର ନିକଟ ସମୁଦ୍ରକୂଳରୁ କ୍ଷତବିକ୍ଷତ ଗୁରୁତର ମହିଳାଙ୍କୁ ଚନ୍ଦ୍ରଭାଗା ମେରାଇନ ପୁଲିସ ଉଦ୍ଧାର କରିଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ କୋଣାର୍କ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା। ମହିଳାଙ୍କ ମୁଣ୍ଡ,ତଣ୍ଟି ଆଖିରେ ଗଭୀର କ୍ଷତ ରହିଛି। ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ କୋଣାର୍କରୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।
ମହିଳା ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଚନ୍ଦ୍ରଭାଗା ମେରାଇନ ଥାନାକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଚେତା ଆସିବା ପରେ ମହିଳାଙ୍କ ପରିଚୟ ମିଳିଥିଲା। ମହିଳାଙ୍କ ନାମ ଲକ୍ଷ୍ମୀ ପ୍ରିୟା ଭୋଇ(୩୦)। ସେ ଜଗତସିଂହପୁର ଜିଲ୍ଲା ମଙ୍ଗଳପୁରର ବାସିନ୍ଦା। ତାଙ୍କ ସ୍ୱାମୀଙ୍କ ମାନସ ଭୋଇ।
ତାଙ୍କୁ କିଛି ଅଜଣା ଲୋକ ଏକ ଅଟୋରେ ଆଣି ଏଭଳି ବିଭତ୍ସ ଭାବରେ ତଣ୍ଟି କାଟି ଚମ୍ପଟ ମାରିଥିବା କୁହାଯାଉଛି। ଘଟଣା ସ୍ଥଳରେ ମେରାଇନ ଆଇଆଇସି ଓ କୋଣାର୍କ ଥାନା ନିମାପଡା ଏସଡିପିଓଙ୍କ ଉପସ୍ଥିତରେ ତଦନ୍ତ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/22/womans-throat-cut-2025-09-22-21-30-32.jpg)