ମହିଳାଙ୍କ ଅସ୍ବାଭାବିକ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଦେଓଗାଁ : ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଟେବଡ଼ାମୁଣ୍ଡା ଗାଁର ବର୍ଷା କାଲସାଏ ନାମ୍ନୀ ଜଣେ ମହିଳାଙ୍କ ଗତ ୭ ତାରିଖ ଦିନ ଅସ୍ବାଭାବିକ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ୨୪ ତାରିଖ ଗୁରୁବାର ମୃତ ବର୍ଷାଙ୍କ ଭାଇ ଗୋପାଳ ବଗର୍ତ୍ତି ଥାନାରେ ଅଭିଯୋଗ କରିଛନ୍ତି। ବର୍ଷାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି।

ଅଭିଯୋଗ ଅନୁସାରେ, ୧୪ ବର୍ଷ ତଳେ ଦେଓଗାଁ ଥାନା ନାଇକେନଶିରା ଗାଁର ବର୍ଷାଙ୍କୁ ଟେବଡ଼ାମୁଣ୍ଡା ଗାଁର ସଦାଶିବ କାଲସାଏ ବିବାହ କରିଥ‌ିଲେ। ଗତ ୭ ତାରିଖ ରାତି ପ୍ରାୟ ୧୨ଟା ସମୟରେ ବର୍ଷା ନିଖୋଜ ଥିବା ସଂପର୍କରେ ଗୋପାଳ ବଗର୍ତ୍ତିଙ୍କୁ ଟେବଡ଼ାମୁଣ୍ଡା ଗାଁର ଶ୍ରୀକର କାଲସାଏ ଓ ଗିରିଧାରୀ କାଲସାଏ ଜଣାଇଥିଲେ। ପରଦିନ ସକାଳୁ ଯାଇ ଖୋଜାଖୋଜି କରିବା ପରେ ଶ୍ରୀକର କାଲସାଏଙ୍କ ଆଖୁବାଡ଼ିରେ ବର୍ଷାଙ୍କ ମୃତଦେହ ପଡ଼ିଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ବର୍ଷାଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରି ଗୋପାଳ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର