ଦେବଗଡ଼ : ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା କାଇନାତ କାଜି ୨ଦିନିଆ ଦେବଗଡ ଗସ୍ତରେ ଆସିଛନ୍ତି। ଏ ପରିପ୍ରେକ୍ଷୀରେ ସଂଧ୍ୟାରେ ବିଜେପି ପକ୍ଷରୁ ବିଧାୟକଙ୍କ ବାସଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇପଡିଥିବା କହିଛନ୍ତି। ବିଶେଷ ଭାବେ ଆଦିବାସୀ ମହିଳାମାନେ ବିଭିନ୍ନ ଅତ୍ୟାଚାର ଏବଂ ଦୁଷ୍କର୍ମର ଶିକାର ହେଉଥିବା ବେଳେ ସେମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଦେବଗଡର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ‘ପ୍ରଧାନପାଟ ଜଳପ୍ରପାତ’ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲେ ମଧ୍ୟ ପୌର ପରିଷଦ କର୍ତ୍ତୃପକ୍ଷ ଏହାର ଉପଯୁକ୍ତ ରକ୍ଷଣା ବେକ୍ଷଣ କରିବାରେ ବିଫଳ ହୋଇଛି। ଏପରିକି ଜଳପ୍ରପାତରେ ଡଷ୍ଟବିନଟିଏ ମଧ୍ୟ ରଖାଯାଇ ନଥିବା ସହିତ ବାସୀଖାଦ୍ୟ ଏବଂ ଆବର୍ଜନା ସବୁ ଏଣେତେଣେ ବିଛିନ୍ନ ହୋଇ ପଡିଥିବା ସେ ଅଭିଯୋଗ କରି ଜିଲ୍ଲା ପ୍ରଶାସନ ଓ ପୌର ପରିଷଦଙ୍କୁ କଡା ସମାଲୋଚନା କରିଥିଲେ। ଏହାସହିତ ପ୍ରଧାନପାଟରେ ପଡିରହିଛି ବିଭିନ୍ନ ଆବର୍ଜନାର ଫଟୋ ଉଠାଇ ଦେବଗଡ ଜିଲ୍ଲାପାଳଙ୍କୁ ମଧ୍ୟ ଟ୍ବିଟ୍ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।
ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖି ଗରିବ କଲ୍ୟାଣ ଯୋଜନାର କାର୍ଯ୍ୟକାରିତାର ତଦାରଖ ନିମନ୍ତେ ୨ ଦିନିଆ ଗସ୍ତ ଅବସରରେ ପ୍ରଥମ ଦିବସରେ ସେ ଆଜି ଦେବଗଡ ପୌରାଞ୍ଚଳର ଜଣେ ଦଳିତଙ୍କ ଘରେ ଭୋଜନ କରିଥିଲେ। ସେହିପରି ବାବୁସାହିରେ ଥିବା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟକୁ ଯାଇ ଅନ୍ତେବାସୀ ଏବଂ ଶ୍ରଦ୍ଧାଳୁମାନଙ୍କ ସହ ମତ ବିନିମୟ କରିଥିଲେ। ଆସନ୍ତା କାଲି ସେ ସ୍ଥାନୀୟ ଚର୍ଚ୍ଚକୁ ଯିବା ସହ ବିଭିନ୍ନ ଧର୍ମ ଏବଂ ଗୋଷ୍ଠୀର ବ୍ୟକ୍ତି ବିଶେଷଙ୍କୁ ସାକ୍ଷାତ କରିବେ। ସେହିପରି ତିଲେଇବଣି ବ୍ଲକର ବଡଛାପଲ ପଂଚାୟତ ସମେତ ବିଭିନ୍ନ ଗ୍ରାମକୁ ଯାଇ ଆଦିବାସୀ ଏବଂ ଦଳିତଙ୍କ ସହ ଆଲୋଚନା କରିବା ସହ ଗରିବ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ନେଇ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ସମୂହ ସହ ଆଲୋଚନା କରିବେ। ୯ ନମ୍ବର ୱାର୍ଡକୁ ଯାଇ ଦଳିତମାନଙ୍କ ଉନ୍ନତି ପାଇଁ ଆଲୋଚନା କରିବେ ବୋଲି କାଇନାତ କାଜି ସୂଚନା ଦେଇଥିଲେ।
ଏହି ଅବସରରେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ କହିଲେ ଗତ ୧୭ ତାରିଖ ଦିନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ହୋଇଥିବା ଜିଲ୍ଲା ଯୋଜନା କମିଟି ବୈଠକକୁ ତାଙ୍କୁ ଏବଂ ତାଙ୍କ ଦଳର ସମ୍ବଲପୁର ଲୋକସଭା ସଦସ୍ୟଙ୍କୁ ଜାଣିଶୁଣି ଡକାଯାଇନଥିବା ଦର୍ଶାଇ ଏଥିପାଇଁ କ୍ଷୋଭ ପ୍ରକାଶ କରିଥିଲେ। ଅନ୍ୟପଟେ ଦେବଗଡ଼ ପୌର ପରିଷଦରେ ଅରାଜକତା ଏବଂ ଏକଛତ୍ରବାଦ ଶାସନ ଚାଲିଛି। ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରି ସରକାରୀ ଅର୍ଥର ଅପବ୍ୟୟ ସହିତ ଆତ୍ମସାତ କରାଯାଉଥିବା ବେଳେ ପରିମଳ ପାଇଁ ବ୍ଲିଚିଂ ପାଉଡର, ଫିନାଇଲ କିମ୍ବା ମଶାତେଲ ମଧ୍ୟ ଡ୍ରେନରେ ପକାଯାଉ ନଥିବା ପୌରପରିଷଦର ଉପନଗରପାଳ ପ୍ରଜିତ ଭୋଜ ଅଭିଯୋଗ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପ୍ରଭାରୀ ଆରତୀଲତା ବରାଳ, କାଉନସିଲର ସରୋଜିନୀ ମୁଣ୍ଡା, ଇତିଶ୍ରୀ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ନଗର ମଣ୍ଡଳ ସଭାପତି ଦିବ୍ୟଶଙ୍କର ଖୁଣ୍ଟିଆ, ରମଣୀ ରଂଜନ ଆଚାର୍ଯ୍ୟ, ରାଜେନ୍ଦ୍ର ଆଚାର୍ଯ୍ୟ, ସୁଧିର ପାତ୍ର ଓ ପ୍ରତାପ ପଣ୍ଡାଙ୍କ ସମେତ ବହୁ ବିଜେପି ନେତା ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/deogarh-2.jpg)