ଭୁବନେଶ୍ବର: ଏଣିକି ନାଇଟ୍ ସିଫ୍ଟ କରିବେ ମହିଳା । ଓଡିଶାରେ ଥିବା ଘରୋଇ କମ୍ପାନୀରେ ଏଣିକି ରାତିରେ କାମ କରିବେ ମହିଳା । ଓଡ଼ିଶାରେ ଥିବା କାରଖାନା ଓ ଅନ୍ୟ ବ୍ୟାବସାୟିକ ପ୍ରତିଷ୍ଠାନରେ ମହିଳାମାନେ ରାତିରେ କାମ କରିପାରିବେ । ମାତ୍ର ଏଥିପାଇଁ ସେମାନଙ୍କ ଠାରୁ ଲିଖିତ ସହମତିପତ୍ର ନେବା ବାଧ୍ୟତାମୂଳକ କରାଯାଇଛି । 

Advertisment

ଶ୍ରମ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ରାତିରେ କାମ କରିବା ନେଇ ବିଭିନ୍ନ ସର୍ତ୍ତାବଳୀ ରଖାଯାଇଛି । ଯେଉଁଥିରେ ମହିଳା କର୍ମଚାରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ତେବେ ନଜର ପକାନ୍ତୁ ମହିଳାମାନେ ନାଇଟ୍ ସିଫ୍ଟ କଲେ କେଉଁ କେଉଁ ନିୟମ ପାଳନ କରାଯିବ ଏବଂ କେଉଁ ସବୁ ଦିଗ ଉପରେ ଗୁରୁତ୍ବ ଦିଆଯିବ । 

ନାଇଟ୍ ସିଫ୍ଟ କରିବେ ମହିଳା !
-ଘରୋଇ କମ୍ପାନୀରେ ରାତିରେ କାମ କରିପାରିବେ ମହିଳା
-ଏଥିପାଇଁ ମହିଳା ସହମତି ପତ୍ର ଦେବେ 
- ଅତି କମରେ ୩ ଜଣ ମହିଳା କର୍ମଚାରୀ ଉକ୍ତ କର୍ମ କ୍ଷେତ୍ରରେ କାମ     କରିବେ
- ଜିପିଏସ୍‌ ଟ୍ରାକିଂ ସହ ସେମାନଙ୍କୁ ପରବହନ ସୁବିଧା ଯୋଗାଇ ଦେବା ବାଧ୍ୟତାମୂଳକ
- ମହିଳା କର୍ମଚାରୀଙ୍କୁ ନେବା ଆଣିବାର ପୂରା ବ୍ୟବସ୍ଥା କରାଯିବ
- କର୍ମଚାରୀଙ୍କୁ ଆଣିବା ପାଇଁ ନିୟୋଜିତ ଡ୍ରାଇଭରଙ୍କ ସମ୍ପୂର୍ଣ୍ଣ ତଥ୍ୟ ପୋଲିସ ପାଖରେ ରହିବ
- ମହିଳା କର୍ମଚାରୀଙ୍କ ପାଇଁ ପାଣି, ବାଥ୍‌ରୁମ ବ୍ୟବସ୍ଥା, କର୍ମକ୍ଷେତ୍ରରେ ସିସିଟିଭି ବ୍ୟବସ୍ଥା ଏବଂ ସଠିକ୍ ଲାଇଟ୍ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯିବ
-ଅଫିସରେ ହେଲ୍ପଲାଇନ୍ ନମ୍ବର ସବୁ ସ୍ପଷ୍ଟ ଭାବେ ଦେଖାଯିବ
- ୧୮୧ ଏବଂ ୧୮୦୦-୩୪୫-୬୭୦୩ (ଶ୍ରମ ବିଭାଗ) ହେଲ୍ପଲାଇନ୍ ନମ୍ବରଗୁଡ଼ିକୁ ସ୍ପଷ୍ଟ ଭାବରେ ପ୍ରଦର୍ଶନ କରାଯିବ
-ପରିବହନ ଯାନଗୁଡ଼ିକରେ ମଧ୍ୟ ହେଲ୍ପଲାଇନ୍ ଯୋଗାଯୋଗ ନମ୍ବର ଗୁଡ଼ିକୁ ଲଗାଇବାକୁ ପରାମର୍ଶ