ଭୁବନେଶ୍ବର : ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ମହିଳା କମିସନ ସଦସ୍ୟା ତିଳୋତ୍ତମା ନାୟକଙ୍କ ବିବାଦ ନୂଆ ମୋଡ଼ ନେଇଛି। ଆଜି ରାଜ୍ୟ ମହିଳା କମିସନ ସଦସ୍ୟ ପଦରୁ ଶ୍ରୀମତୀ ନାୟକ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଇ- ମେଲ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ମହିଳା କମିସନ ଅଧ୍ୟକ୍ଷା ଦାୟିତ୍ବରେ ଥିବା ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କୁ ପ୍ରଦାନ କରିଛନ୍ତି। ନିଜ ଇସ୍ତଫା ସମ୍ପର୍କରେ ପ୍ରତିକ୍ରିୟା ଦେଇ ଶ୍ରୀମତୀ ନାୟକ କହିଛନ୍ତି, ବିଧାୟକଙ୍କ ଦୁର୍ବ୍ୟବହାର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇ-ମେଲ ଓ ଡାକ ଯୋଗେ ୩ ଥର ଅଭିଯୋଗ ପଠାଇବା ପରେ ବି ତାଙ୍କ ଅଭିଯୋଗ ଉପରେ କିଛି ବିଚାର କରଗଲା ନାହିଁ। ସରକାରଙ୍କ ଉପରେ ଅସନ୍ତୋଷ ହୋଇ ଇସ୍ତଫା ପ୍ରଦାନ କରିଛନ୍ତି। ପ୍ରକାଶଥାଉକି, ଗତ ମାସ ୨୫ ତାରିଖରେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ତତ୍କାଳୀନ ମହିଳା କମିସନ ସଦସ୍ୟା ତିଳୋତ୍ତମା ନାୟକଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ବିରୋଧୀ ମଧ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp