ରାଉରକେଲା: ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଆଜି ରାଉରକେଲା ଯାଇଥିଲେ ୫ଟି ସଚିବ ଭି କେ ପାଣ୍ଡିଆନ | ଏହି ଅବସରରେ ଡାକ୍ତରଙ୍କ ଅବହେଳା ବାବଦରେ ପାଣ୍ଡିଆନଙ୍କ ସାମ୍ନାରେ ଆଜି ନିଜ ଦୁଃଖ ବଖାଣିଛନ୍ତି ଜଣେ ମହିଳା | ପାଣ୍ଡିଆନଙ୍କୁ ଭେଟିବାକୁ ମହିଳା ଜଣକ ବାରମ୍ବାର କାକୁତିମିନତି ହୋଇଥିଲେ ବି ଉପସ୍ଥିତ ପୁଲିସ କର୍ମୀ ତାଙ୍କୁ ଭେଟିବାକୁ ଦେଇନଥିଲେ |
/sambad/media/post_attachments/wp-content/uploads/2019/10/3b498593-581f-431e-8e0b-e3ce796a119d-1024x498.jpg)
ପରେ କିନ୍ତୁ ମହିଳାଜଣକ କାନ୍ଦି କାନ୍ଦି ପାଣ୍ଡିଆନଙ୍କ ସାମ୍ନାରେ ଡାକ୍ତରମାନେ କିଭଳି ରୋଗୀଙ୍କ ସ୍ୱାସ୍ଥ୍ୟ ବାବଦରେ ଧ୍ୟାନ ନ ଦେଇ ମୋବାଇଲରେ ଖେଳୁଛନ୍ତି ସେ ବାବଦରେ କହିଥିଲେ | ମିଳିଥିବା ସୂଚନା ମୁତାବକ ସେକ୍ଟର ୨୦ର ମହିଳା ସୀମା ମୁଖିଙ୍କର ନାତି ରାଉରକେଲା ସରକାରୀ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଅଛି |
ମହିଳା ଜଣକ ଅଭିଯୋଗ କରିଥିଲେ ଯେ ତାଙ୍କ ନାତିଙ୍କର ସ୍ୱାସ୍ଥ୍ୟର ସ୍ଥିତି ବାବଦରେ ଡାକ୍ତରଙ୍କୁ ପଚାରିବାରେ ଡାକ୍ତରମାନେ କୌଣସି ସୂଚନା ନ ଦେଇ ମୋବାଇଲରେ ବ୍ୟସ୍ତ ରହୁଛନ୍ତି | ସେହିପରି ମାସ ମାସ ଧରି ରୋଗୀଙ୍କ ପାଇଁ ବେଡ଼ସିଟ ସଫା ହେଉନଥିବା ବେଳେ ରକ୍ତ ପରୀକ୍ଷା ରିପୋର୍ଟ ବାବଦରେ ଅଭିଯୋଗ ଆଣିଥିଲେ | ଏସବୁ ଶୁଣି ପାଣ୍ଡିଆନ ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କୁ ଅଭିଯୋଗର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/yyyy.png)