ଆନନ୍ଦପୁର: ଆନନ୍ଦପୁର ଥାନା ଶାଳବଣି (ଫକୀରପୁର) ଛକ ନିକଟରେ ପିକ୍‌ଅପ୍ ଭ୍ୟାନ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଫକୀରପୁର ଦେହୁରୀସାହିର ପୁଷ୍ପଲତା ଦେହୁରୀ(୫୦)। ଆଜି ପୂର୍ବାହ୍ନ ୧୧ଟା ବେଳେ ପୁଷ୍ପଲତା ଓ ତାଙ୍କ ସ୍ବାମୀ ନିତ୍ୟାନନ୍ଦ ଦେହୁରୀ (୫୫) ସାଇକଲରେ ଯାଉଥିବା ବେଳେ ଫକୀରପୁର ନିକଟରେ ତାଙ୍କୁ ଏକ ପିକ୍ଅପ୍ ଭ୍ୟାନ୍‌ ଧକ୍କ‌ା ଦେଇଥିଲା।

Advertisment

ଉଭୟଙ୍କୁ ତୁରନ୍ତ ଆନନ୍ଦପୁର ଡାକ୍ତରଖାନା ଅଣାଯାଇଥିବା ବେଳେ ସେଠାରେ ପୁଷ୍ପଲତାଙ୍କ ମୃତ୍ୟୁ ଘଟିଥିଲା। ଆନନ୍ଦପୁର ପୁଲିସ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।