ଦେବଗଡ଼: ବାରକୋଟ ବ୍ଲକ ଅନ୍ତର୍ଗତ ବାଲିପଶି ଗ୍ରାମର ଖାଖା ରଣଙ୍କ ସ୍ତ୍ରୀ ପାର ରଣ(୫୫)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ପାର ରବିବାର ରାତି ପ୍ରାୟ ୭.୩୦ମି.ରେ କୌଣସି କାମରେ ତାଙ୍କ ଘରର ବାଡି ପଟକୁ ଯାଇଥିଲେ। ତେବେ ହଠାତ ବଜ୍ରପାତ ମାରିବା ଯୋଗଁୁ ସେ ଅଚେତ ହୋଇ ତଳେ ପଡିଯାଇଥିଲେ।
ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକ ଓ ଗ୍ରାମବାସୀ ଉଦ୍ଧାର କରି ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଦେବଗଡ଼ ଥାନା ପୁଲିସ ଶବ ଜବତ କରିବା ସହିତ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/11-18.jpg)