ବୈତରଣୀରୋଡ: କୋରେଇ ଥାନା ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ କଡ଼ମିଆ ଗାଁ ଛକରେ ବାଇକ୍‌ରୁ ପଡ଼ିଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ମୃତ ମହିଳା ଏହି ଥାନା ଅନ୍ତର୍ଗତ ରଗଡ଼ି ଅଞ୍ଚଳର ସୁମା ବେହେରା। ସୂଚନା ମୁତାବକ, ଆଜି ସକ‌ାଳୁ ସୁମା ତାଙ୍କର ଜଣେ ସମ୍ପର୍କୀୟଙ୍କ ସହିତ ଏକ ବାଇକ୍‌ରେ ଯାଉଥିଲେ।

Advertisment

କଡ଼ମିଆ ଗାଁ ଛକରେ ଏକ ବାଇକ୍‌ ସାଇଡ ମାରିବାରୁ ସୁମା ବାଇକ୍‌ରୁ ଖସିପଡ଼ି ଗୁରୁତର ଆହତ ହେଇଥିଲେ। ତେବେ ସମ୍ପର୍କୀୟମାନେ ତାଙ୍କୁ ଯାଜପୁରରୋଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।