ପଦ୍ମପୁର: ନଦୀରେ ଗାଧୋଉଥିବା ବେଳେ ଗୋଡ଼ ଖସି ଯିବାରୁ ବରଗଡ଼ ଜିଲ୍ଲା ପଦ୍ମପୁର ନିକଟସ୍ଥ ସିଂହନପୁର ଗ୍ରାମର ମାଧବୀଲତା ମେହେର (୪୦)ଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ ଯେ, ମାଧବୀଲତା କୁମୁଡ଼ିଜୋର ନଦୀରେ ଗାଧୋଉବା ବେଳେ ଗୋଡ଼ ଖସି ଯିବାରୁ ସେ କୂଳକୁ ଆସି ପାରିନଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ସେବା ବାହିନୀର ଫାୟାର ଅଫିସର ବେଦବ୍ୟାସ ପିଙ୍ଗ, ହାବିଲଦାର ଅର୍ଜୁନ ବାଗ, ଫାୟାରମେନ ଦେବହରି ବରିହା, ରଞ୍ଜନ ପ୍ରଧାନ, ହେମନ୍ତ ଟପୋ, ଅଲେଖ ଜୁଏଡ୍ ନିୟୋଜିତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Did-you-see-a-Dead-Body-in-Dream-Heres-what-it-means.jpg)