ପୋଖରୀରେ ବୁଡ଼ି ମହିଳା ମୃତ

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ଗୌଣିଘସା ପଞ୍ଚାୟତ ରାବଣଗାଡ଼ିଆ ଗ୍ରାମର ଶତ୍ରୁଘ୍ନ ମହାନ୍ତଙ୍କ ପତ୍ନୀ ଖିରୀଶା ମହାନ୍ତ (୫୫) ଆଜି ଅପରାହ୍‌ଣରେ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ଶ୍ରୀମତୀ ମହାନ୍ତ ଘର ପାଖ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ଯାଇଥିଲେ। ବହୁ ସମୟ ଧରି ସେ ଘରକୁ ନ ଫେରିବାରୁ ସ୍ୱାମୀ ଶତ୍ରୁଘ୍ନ ଖୋଜାଖୋଜି କରିଥିଲେ।

ପୋଖରୀ‌ରେ ତାଙ୍କ ଶବ ଭାସୁଥିବା ଦେଖିବାକୁ ପାଇଥିଲେ। ହରଚନ୍ଦନପୁର ଥାନା ଏଏସ୍‌ଆଇ ସନ୍ତୋଷ କୁମାର ବେହେରା ଘଟଣାସ୍ଥାକରେ ପହଞ୍ଚି ଶବ ଜବତ କରିଛନ୍ତି।

ସମ୍ବନ୍ଧିତ ଖବର