ଜନନୀ ଯନ୍ତ୍ରଣା: ବ୍ରହ୍ମପୁରରେ ରାସ୍ତା ଉପରେ ପ୍ରସବ କଲେ ମହିଳା

ବ୍ରହ୍ମପୁର: ବ୍ରହ୍ମପୁରରେ ଅଭାବନୀୟ ଦୃଶ୍ୟ | ମେଡିକାଲଠାରୁ ମାତ୍ର ଅଧ କିଲୋମିଟର ଦୂରରେ ରାସ୍ତା ଉପରେ ପ୍ରସବ କରିଛନ୍ତି ମହିଳା | ମିଳିଥିବା ସୂଚନା ଅନୁସାରେ, ଏକୁଟିଆ ଥିବା ମହିଳା ଜଣଙ୍କ ଆସି କୋର୍ଟପେଟା ମନ୍ଦିର ନିକଟରେ ଠିଆ ହୋଇଥିଲେ । ହଠାତ ପ୍ରସବ ବେଦନା ଆରମ୍ଭ ହୋଇଯିବା ପରେ ପାଖରେ ଥିବା ମହିଳାମାନେ ଲୁଗା ଘେରାଇ ରାସ୍ତା ଉପରେ ତାଙ୍କର ପ୍ରସବ କରାଇଥିଲେ। ପରେ ଆମ୍ବୁଲାନ୍ସ ଆସିଥିଲା ଓ ମହିଳାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା |

ଗଂଜାମ ଜିଲ୍ଲା ପାତ୍ରପୁର ଅଂଚଳର ଏହି ମହିଳା ଜଣକ ହୋଇଥିବାବେଳେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି | ଆମ୍ବୁଲାନ୍ସ ପହଂଚି ଉଭୟଙ୍କୁ ଏମକେସିଜି ମେଡିକାଲକୁ ନେଇଥିଲା | ବର୍ତ୍ତମାନ ଉଭୟ ମା ଓ ଝିଅ ସୁସ୍ଥ ଥିବାର ଜଣାପଡିଛି | ପୂର୍ବରୁ କିଛି ଜିଲ୍ଲାରେ ଜନନୀ ଯନ୍ତ୍ରଣାର ଭିନ୍ନ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିବାବେଳେ ସିଲକ ସିଟିରେ ମଧ୍ୟ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି |

କେତେବେଳେ ଆମ୍ବୁଲାନ୍ସ ନ ଆସିବା ଯୋଗୁଁ ବା କେତେବେଳେ ଗାଁ କୁ ରାସ୍ତା ନଥିବାରୁ ଭାରରେ ବୋହି ପ୍ରସୂତିଙ୍କୁ ମେଡିକାଲ ଅଣାଯାଇଛି | କିନ୍ତୁ ବ୍ରହ୍ମପୁର ସହରରେ ମଧ୍ୟ ଏବେ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି |

ସମ୍ବନ୍ଧିତ ଖବର