ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ, କୁନ୍ଦୁଲି ଘଟଣାର ସିବିଆଇ ତଦନ୍ତ ଦାବି
ପୁରୀ : ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ସାଂସଦ ଜୟପ୍ରଦା ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଅପରାହ୍ନ ପ୍ରାୟ ୩ଟା ବେଳେ ସେ ସିଂହଦ୍ଵାର ଦେଇ ପ୍ରବେଶ କରି ନାଟମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସେଠାରେ ଅଧଘଣ୍ଟା କାଳ ପୂଜାର୍ଚ୍ଚନା କରିବା ପରେ ସିଂହଦ୍ଵାର ଦେଇ ବାହାରକୁ ଆସିଥିଲେ। ସେଠାରେ ଗଣମାଧ୍ୟମକୁ କହିଥିଲେ ଯେ ଏବେ ଦେଶରେ ମହିଳାମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଉତ୍ତରପ୍ରଦେଶ, ଓଡ଼ିଶା ସବୁଠି ଏକା ଅବସ୍ଥା। କୁନ୍ଦୁଲି ଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାର କୋହଳ ମନୋଭାବ ପୋଷଣ କରିଛନ୍ତି। ଜଣେ ନାବାଳିକା ଆତ୍ମହତ୍ୟା କରିବା ପର୍ଯ୍ୟନ୍ତ କଥା ଯିବା ପୂର୍ବରୁ ଘଟଣାର ମୂଳ ପର୍ଯ୍ୟନ୍ତ ନ ପହଞ୍ଚିପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଘଟଣା ଘଟିଯିବା ପରେ ମଧ୍ୟ ସତ୍ୟାସତ୍ୟ ଉନ୍ମୋଚନ କରିନପାରିବା ଆହୁରି ଉଦ୍ବେଗଜନକ। ଘଟଣାକୁ ଚାପି ଦେବା ପାଇଁ ପୀଡ଼ିତାଙ୍କ ମାନସିକ ସ୍ଥିତି ଠିକ୍ ନଥିବା କହିବା ତାହା ମଧ୍ୟ ଅତ୍ୟଧିକ ମାରାତ୍ମକ। ଏଣୁ ଏହାକୁ ସିବିଆଇ ତଦନ୍ତ କରୁ। ସିବିଆଇ ତଦନ୍ତ କଲେ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ହୋଇ ପାରିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/jaya-pradha-visit-srimandira.jpg)