ବେକରେ ଶାଢି ଲଗାଇ ଝୁଲିପଡ଼ିଲେ ମହିଳା! ମୃତ୍ୟୁର କାରଣ ଅସ୍ପଷ୍ଟ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୁସୁମଗୁଡା ପଞ୍ଚାୟତ ଅନ୍ତର୍ଗତ କୁଟୁଣିପଦର ଗାଁର ଟୁନା ବୈପାରି ୪ ବର୍ଷ ତଳେ ରାୟଗଡା ଜିଲ୍ଲା ଟିକିରି ଥାନା ଅଧିନସ୍ଥ ମୁଣ୍ଡବିନ୍ଧା ଗାଁର ମିଲି ବୈପାରିଙ୍କୁ ବିବାହ କରିଥିଲେ। ବିବାହର ୪ ବର୍ଷ ପରେ ମଧ୍ୟ ଦୁହିଁଙ୍କର କୌଣସି ସନ୍ତାନ ହୋଇ ନଥିବା ବେଳେ କାଭାଁ ଅସନ୍ତୋଷ ରହୁଥିଲେ। ଏକ ପ୍ରକାର ବୈବାହିକ ଜୀବନ ହସଖୁସିରେ ହିଁ ଚଳିଯାଉଥିଲା। ସୋମବାର ରାତି ୧୧ଟା ବେଳେ କୌଣସି କାରଣ ବସତଃ ମହିଳା ଜଣକ ଘର ଭିତରେ ଶାଢି ଲଗାଇ ଆତ୍ମହତ୍ୟା କରିଥିବା ଦେଖି ତାଙ୍କ ସ୍ଵାମୀ ସାହିପଡ଼ିଶାଙ୍କୁ ଡାକି ତାଙ୍କୁ ଉଦ୍ଧାର କରି ରାତି ୧୨ଟା ବେଳେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।

ଡାକ୍ତରଖାନାରେ ପହଁଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ରାତି ଅନେକ ହୋଇଜିବାରୁ ଆଜି ସକାଳେ ମହିଳାଙ୍କ ଭାଇ ଭାଗିରଥୀ ମୁଦୁଲି ଲକ୍ଷ୍ମୀପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗ ପାଇବା ପରେ ଲକ୍ଷ୍ମୀପୁର ଆଇଆଇସି ଶ୍ଵେତପଦ୍ମା ସେଠ୍ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଆତ୍ମହତ୍ୟାରେ ବ୍ୟବହୃତ ଶାଢିକୁ ଜବତ କରିବା ସହ ତଦନ୍ତ କରି ଫେରି ଆସିଛନ୍ତି। ମିଲିର ମାନସିକ ଦୋଷ ଥିବା ସହ ଆତ୍ମହତ୍ୟାରେ ତାଙ୍କ ସ୍ଵାମୀର କୌଣସି ସମ୍ପର୍କ ନଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି।

ତେବେ ଏହି ଘଟଣାକୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି। ଲିଖିତ ଅଭିଯୋଗକୁ ନେଇ ଲକ୍ଷ୍ମୀପୁର ପୁଲିସ୍ ଏକ ମାମଲା ରୁଜୁ କରିବା ସହ ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ବର୍ତ୍ତମାନ ସୁଦ୍ଧା ଏହା ହତ୍ୟା ନା ଆତ୍ମହତ୍ୟାର କାରଣ ଜଣାପଡ଼ି ନଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ପୁଲିସ୍ ଅପେକ୍ଷା କରିଛି। ଶଵ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର