ଭୁବନେଶ୍ବର : ମହିଳା ଆଇଆଇସିଙ୍କୁ ଧକ୍କା ମାରିବା ଘଟଣାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିବାଦ ପିଛା ଛାଡ଼ୁନି। କେତେବେଳେ ତାଙ୍କ ଘର ସମ୍ମୁଖରେ କିନ୍ନର ସଂଘ ପ୍ରତିବାଦ କଲେଣି ତ କେତେବେଳେ ବିରୋଧୀ ଘେରିଲେଣି। ଶନିବାର ଦିନ ପ୍ରଗତି ଫାଉଣ୍ଡେସନ୍ ପକ୍ଷରୁ ଶତାଧିକ ମହିଳା ବିଧାୟକ ଶ୍ରୀ ମିଶ୍ରଙ୍କ ବାସଭବନ ସମ୍ମୁଖରେ ଦୀପ ଜାଳିବା ସହ ତାଙ୍କୁ ଭଗବାନ ସଦ୍ବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ। ମହିଳାମାନେ ଘଣ୍ଟାଏ କାଳ ଧରି ତାଙ୍କ ବାସଭବନ ସମ୍ମୁଖରେ ବସି ଦୀପ ଜାଳିଥିଲେ। କ୍ୟାପିଟାଲ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ମହିଳାମାନେ ସେଠାରୁ ଉଠିଥିଲେ। ମହିଳାଙ୍କ ଏଭଳି ଭିନ୍ନଧରଣର ପ୍ରତିବାଦ ଆଜି ଚର୍ଚ୍ଚାର ବିଷୟ ପାଲଟିଥିଲା।
ଜୟନାରାୟଣଙ୍କ ଘର ଆଗରେ ଦୀପ ଜାଳିଲେ ମହିଳା
/sambad/media/post_attachments/wp-content/uploads/2023/02/police-jay.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)