ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଞ୍ଚଳରେ ଲଜ୍ଜା। ସମ୍ପର୍କକୀୟ ଦିଅର ଓ ପୁତୁରା ଦ୍ବାରା ଜଣେ ମହିଳା ଦୁଷ୍କର୍ମର ଶିକାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି।

Advertisment

Mother, daughter gang-raped after being lured to a fake job – MM News TV MM News TV

ଅଭିଯୋଗ ଅନୁଯାୟୀ, ଗୋରୁମହିଷାଣୀ ଥାନା କଳସୀଭଙ୍ଗା ଅଞ୍ଚଳରେ ଜଣେ ୪୦ ବର୍ଷୀୟ ମହିଳା ସନ୍ଧ୍ୟା ସମୟରେ ତାଙ୍କ ଘରପାଖ ଧାନ ଖଳାରେ କାମ କରୁଥିବା ସମୟରେ ଏକୁଟିଆ ପାଇ ସେହି ଗ୍ରାମର ତାଙ୍କ ସମ୍ପର୍କୀୟ ଦିଅର ଓ ପୁତୁରା ମିଶି ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏସମ୍ପର୍କରେ ପୀଡିତା ଜଣକ ଆଜି ଗୋରୁମହିଷାଣୀ ଥାନାରେ ଅଭିଯୋଗ କରିବା ପରେ କେସ୍ ନଂ-୧୦/୨୧ ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗ ପରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟଜଣେ ଫେରାର୍ ଥିବା ସୂଚନା ମିଳିଛି। ଥାନା ଅଧିକାରୀ ପି.କେ ସ୍ବାଇଁ ଘଟଣାର ଅଧିକ ତଦନ୍ତ କରୁଛନ୍ତି।